ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ରଚିଛି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଂଚିବାରେ ସାରା ବିଶ୍ୱରେ ଭାରତ ପ୍ରଥମ ଦେଶ । ସେହିପରି ଚନ୍ଦ୍ରରେ ପହଂଚିବାରେ ଆମେରିକା, ଋଷ ଏବଂ ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଛି। ଚନ୍ଦ୍ରଯାନ -୩ର ଅବତରଣ ପ୍ରକ୍ରିୟାକୁ ଦେଖି ଦେଶବାସୀ ଆତ୍ମବିଭୋର ହୋଇଛନ୍ତି । ଚାରିଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଚନ୍ଦ୍ରପୃଷ୍ଠରେ ସଫଳତାର ପହଂଚି ସ୍ବର୍ଣ୍ଣିମ ଇତିହାସ ରହିଛି ଭାରତ ।
ଆସନ୍ତୁ ଜାଣିବା କେମିତି କାମ କରିବ ପ୍ରଜ୍ଞାନ ରୋଭର
ପ୍ରଜ୍ଞାନ ରୋଭର ୬ ଟି ଚକ ଥିବା ଏକ ରୋବୋଟିକ ଯାନ । ଚନ୍ଦ୍ରରେ ଲ୍ୟାଣ୍ଡ ହେବାର ୪ ଘଂଣ୍ଟା ପରେ ବିକ୍ରମ ଲ୍ୟଣ୍ଡରରୁ ବାହାରକୁ ବାହାରିଛି ପ୍ରଜ୍ଞାନ ରୋଭର ।ପ୍ରଜ୍ଞାନ ରୋଭରରେ ଇସ୍ରୋର ଲଗୋ ଓ ତ୍ରିରଙ୍ଗା ଚିହ୍ନ ରହିଛି । ଏହି ରୋଭର ଚନ୍ଦ୍ରରେ ମିନିଟ ପ୍ରତି ୧ ସେଣ୍ଟିମିଟର ଗତିରେ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି । ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ବୁଲି ତଥ୍ୟ ସଂଗ୍ରହ କରିବା ସହ କ୍ୟାମେରା ସାହାଯ୍ୟରେ ଚନ୍ଦ୍ରରେ ଥିବ ଜିନିଷ ଗୁଡ଼ିକର ସ୍କିନିଂ କରିବା ସହ ଫଟୋ ଉଠାଇ ଇସ୍ରୋକୁ ପଠାଇବ । ପ୍ରଜ୍ଞାନ ରୋଭର ପାଣିପାଗ ବିଷୟରେ ସୂଚନା ଦେବ । ରୋଭର ଲାଗିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିଛି । ଯାହା ସାହାଯ୍ୟରେ ଚନ୍ଦ୍ରର ଉପଲବ୍ଧ ଥିବ ସମସ୍ତ ଜିନିଷ ଉପରେ ସଠିକ ତଥ୍ୟ ପ୍ରଦାନ କରିବ । ଏହାପରେ ରୋଭର ପଠାଇଥିବା ତଥ୍ୟ ଓ ସୂଚନାକୁ ବିଶ୍ଲେଷଣ କରି ସେ ଦିଗରେ ବୈଜ୍ଞାନିକ ମାନେ କାମ କରିବେ ।
ପାଣି ଓ ମାଟି ସମ୍ପର୍କିତ ସୂଚନା ସଂଗ୍ରହ କରିବ ପ୍ରଜ୍ଞାନ ରୋଭର
ଚନ୍ଦ୍ରଯାନ-୩ ଚନ୍ଦ୍ରରେ ୧୪ ଦିନ ପର୍ଯ୍ୟନ୍ତ ରହି କାମ କରିବ । ପୃଥିବୀର ୧୪ ଦିନ ଚନ୍ଦ୍ରର ୧ ଦିନ ସହ ସମାନ ଅଟେ । ଚନ୍ଦ୍ରରେ ୧ ଲୁନାର ଡେ ବା ଗୋଟିଏ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ ପ୍ରଜ୍ଞାନ ରୋଭର । ଚନ୍ଦ୍ରର ଦଣିଣ ମେରୁରେ ଲ୍ୟାଣ୍ଡ ହୋଇଥିବା କାରଣରୁ ପ୍ରଜ୍ଞାନ ରୋଭରକୁ ରିଚାର୍ଜ କରାଯାଇ ପାରିବ ବୋଲି ସମ୍ଭାବନା ରହିଛି । କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ପ୍ରଜ୍ଞାନ ଓ ବିକ୍ରମ ଗୋଟିଏ ଏତିରିକ୍ତ ଦିନ କାମ କରି ପାରିବେ । ଚନ୍ଦ୍ରରେ ସୁର୍ଯ୍ୟ କିରଣ ମିଳିବ । ଯାହା ସାହାଯ୍ୟ ରେ ପ୍ରଜ୍ଞାନ ଓ ବିକ୍ରମ ନିଜକୁ ରିଚାର୍ଜ କରି ପାରିବେ । ଲାଣ୍ଡର ଓ ରୋଭର ଉଭୟ ସୋଲାର ପାୱ୍ବରରୁ କାମ କରନ୍ତି । ତେବେ ଏହି ଅଭିଯାନରେ ପ୍ରଜ୍ଞାନ ରୋଭର ପାଣି, ଖଣିଜ ପଦାର୍ଥ, ଭୁକମ୍ଫ, ପାଣିପାଗ ଓ ମାଟିର ସୂଚନା ସଂଗ୍ରହ କରିବ ।
ବିକ୍ରମ ଲ୍ୟାଣ୍ଡର କାମ କଣ ?
ଚନ୍ଦ୍ରରେ ପହଂଚିବା ପରେ ଅସଲି ଚ୍ୟାଲେଞ୍ଜ ଏବେ ଆରମ୍ଭ ହୋଇଛି । ଅସଲି ଚ୍ୟାଲେଞ୍ଜ ହେଉଛି ଚନ୍ଦ୍ର ବିଷୟରେ ସଠିକ ତଥ୍ୟ ସଂଗ୍ରହ କରିବା । ବିକ୍ରମ ଲ୍ୟାଣ୍ଡର ଲ୍ୟାଣ୍ଡ ହେବା ପରେ ଲ୍ୟାଣ୍ଡର ଭିତରୁ ବାହାରକୁ ବାହାରିଛି ପ୍ରଜ୍ଞାନ ରୋଭର । ପ୍ରଜ୍ଞାନ ରୋଭର ବାହାରକୁ ବାହାରି ମୁନ ଓ୍ୱାକ ବା ଚନ୍ଦ୍ର ଯାତ୍ରା କରୁଛି । ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛି ପ୍ରଜ୍ଞାନ ରୋଭର । ଏବେ ଉଭୟ ପ୍ରଜ୍ଞାନ ଓ ବିକ୍ରମ ପାଖରେ ୧ ଲୁନାର ଡେ ବା ମାତ୍ର ୧୪ ଦିନ ସମୟ ଅଛି । ଏହାପରେ ଚନ୍ଦ୍ରରେ ରାତି ଆରମ୍ଭ ହେବ । ଦିନର ସୁର୍ଯ୍ୟ କରିଣ ଥିବା ଭିତରେ ସମସ୍ତ ତଥ୍ୟ ଓ ସୂଚନା ସଂଗ୍ରହ କରିବାକୁ ପଡ଼ିବ । ଏବେ ଲ୍ୟାଣ୍ଡର ବିକ୍ରମର କାମ ବଢିବ । ବିକ୍ରମ ଲ୍ୟାଣ୍ଡରେ ଯେଉଁଠି ଲ୍ୟାଣ୍ଡ କରିଛି ସେଇଠି ହିଁ ରହିବ । ଅନ୍ୟତ୍ର ଯିବ ନାହିଁ । କିନ୍ତୁ ପ୍ରଜ୍ଞାନ ରୋଭର ଆଗକୁ ବଢିବ । ବିଭିନ୍ନ ସ୍ଥାନକୁ ବୁଲିବ । ବୁଲିଥିବ ସମସ୍ତ ସ୍ଥାନର ତଥ୍ୟ ସଂଗ୍ରହ କରିବ । ସଂଗ୍ରହ କରିଥିବା ସୂଚନାକୁ ବିକ୍ରମ ଲ୍ୟାଣ୍ଡରକୁ ଦେବ । ଏହାପରେ ପ୍ରଜ୍ଞାନ ରୋଭର ଠାରୁ ମିଳିଥିବା ସୂଚନା ଓ ତଥ୍ୟକୁ ପୃଥୀବୀକୁ ( ଇସ୍ରାକୁ) ପଠାଇବ ବିକ୍ରମ ଲ୍ୟାଣ୍ଡର ।