ଓଡ଼ିଶା 365 (ବ୍ୟୁରୋ): ନିଜର ନିଆରା ସମାଜସେବା ପାଇଁ ଧାମନଗରର ସଞ୍ଜି କୁମାର ବେହେରାଙ୍କୁ ମିଳିଛି ପ୍ରକୃତି ବନ୍ଧୁ ସମ୍ମାନ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ୨୦୨୨-୨୩ ମସିହା ଲାଗି ଭଦ୍ରକ ଉପ ଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାମନଗର ବ୍ଲକ୍ ପଧାନି ପଞ୍ଚାୟତ କଣ୍ଟି ଦୋଳ ଗ୍ରାମର କମଳାକାନ୍ତ ବେହେରା ଓ ସବିତା ବେହେରାଙ୍କ ସୁପୁତ୍ର ଯୁବ ସମାଜସେବୀ ସଞ୍ଜିତ କୁମାର ବେହେରା ପ୍ରକୃତିର ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। କଲେଜ ସମୟରୁ ଏନଏସଏସ ରୁ ଅନୁପ୍ରାଣିତ ହୋଇ ସମାଜ ସେବା କରିବାକୁ ଅଗ୍ରସର ହୋଇଥିଲେ।ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଷ୍ପଲତା ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ପିଲାଟି ଦିନରୁ ସଂଜିତ ପ୍ରକୃତି ପ୍ରେମରେ ପଡିଥିଲେ,ପ୍ରଥମେ ନିଜ ଆଖପାଖ ଅଞ୍ଚଳରେ ଗଛଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିଥିଲେ,ଆଗକୁ ଯିବାକୁ ଜନସାଧାରଣଙ୍କ ପ୍ରଶଂସା ହିଁ ତାଙ୍କୁ ବାଟ କଢାଇଥିଲା। ପରେ ପରେ ବ୍ଲକ୍ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନ୍ୟମାନଙ୍କୁ ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ ସଭିଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଆସୁଛନ୍ତି ଯୁବ ସମାଜସେବୀଜଣଙ୍କ ।
ସମାଜସେବା କ୍ଷେତ୍ରରେଉଲ୍ଲେଖନୀୟ ଅବଦାନପାଇଁ ଓଡିଶା ଯୁବକ୍ରୀଡା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠାରୁ ମୁଁ ହିରୋ ମୁଁ ଓଡିଶା ସମ୍ମାନରେ ସମ୍ମାନିତ ହୋଇ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଥିଲେ ଧାମନଗରର ଏହି ସମାଜସେବୀ । କଳାକ୍ଷେତ୍ରରେ ଓ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶିକ୍ଷାଜ୍ୟୋତି ଓ ଯୁବପ୍ରତିଭା ସମ୍ମାନ ଅଧିକାରୀ ମଧ୍ୟ ହୋଇଛନ୍ତି। ସମାଜସେବା କ୍ଷେତ୍ରରେ ଯୁବପିଢିଙ୍କ ଲାଗି ସେ ପାଲଟିଛନ୍ତି ଉଦାହରଣ। ତାଙ୍କର ଏଭଳି ସଫଳତା ପାଇଁ ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ, ,ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ,ବିଜୁ ଯୁବଜନତା ଦଳ ଭଦ୍ରର ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ନାୟକ, ଦେବାଲ ଜୋନର ଜିଲ୍ଲାପରିଷଦଙ୍କ ପ୍ରତିନିଧି ପ୍ରତାପ ସାମଲ, ଧାମନଗର ବ୍ଲକ୍ ବିଜେଡି ସଭାପତି ଉମେଶ ଚନ୍ଦ୍ର ମହାନ୍ତି ପଧାନି ପ୍ରମୁଖ ଶୁଭେଛା ଜଣାଇଛନ୍ତି।