ଓଡ଼ିଶା 365 (ବ୍ୟୁରୋ) : ଭାରତୀୟଙ୍କ ପସନ୍ଦ ଭାତ ଡାଲି । ଛୋଟଠୁ ବୃଦ୍ଧ ସମସ୍ତଙ୍କର ଏହି ଖାଦ୍ୟ ପ୍ରିୟ ହୋଇଥାଏ । ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ଭଲରେ ମୁଠାଏଁ ରୋଷେଇ କରିବାକୁ କାହାରି ପାଖରେ ସମୟ ନାହିଁ । ସବୁଠୁ ସହଜ ଖାଦ୍ୟ ହେଉଛି ଭାତ-ଡାଲି । ଏହା ଖୁବ୍ କମ ସମୟ ଭିତରେ ପ୍ରସ୍ତୁତ ହୋଇଯାଏ ଏବଂ ପାଟିକୁ ଖାଇବାକୁ ମଧ୍ୟ ସୁଆଦେ ଲାଗିଥାଏ । ହେଲେ ଆପଣ ଜାଣନ୍ତି କି, ଭାତ-ଡାଲି ଆପଣଙ୍କ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ । ରାତିରେ ଏହି ଖାଦ୍ୟ ଖାଇକି ଶୋଇବା ଦ୍ୱାରା ଶରୀରକୁ ରୋଗ ମାଡି ବସିଥାଏ ।
ଅନ୍ୟ ପଟେ ଯେଉଁମାନେ ଡାଏଟ୍ କିମ୍ବା ବ୍ୟାୟାମ କରନ୍ତି, ସେମାନେ କେବଳ ରାତ୍ରୀ ଭୋଜନ ପାଇଁ ଡାଲିକୁ ପସନ୍ଦ କରନ୍ତି । ଡାଲି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ କାରଣ ଏଥିରେ ପ୍ରଚୁର ପ୍ରୋଟିନ୍ ଥାଏ ।
ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଡାଲିର ଭିନ୍ନ-ଭିନ୍ନ ଗୁଣ ଅଛି । ରାତ୍ରିଭୋଜନରେ ହରଡ ଡାଲି ପେଟ ପାଇଁ ଭଲ ନୁହେଁ । ଯଦି ଆପଣ ହରଡହାଲି ବଦଳରେ ସନ୍ଧ୍ୟାରେ ଚୋପା ଥିବା ମୁଗ ଡାଲି ଖାଉଛନ୍ତି ତେବେ ଏହା ଶରୀରପ୍ରତି ବହୁତ ଲାଭଦାୟକ ହୋଇଥାଏ । ମୁଗ ଡାଲିର ଖିଚିଡି ରାତିରେ ସର୍ବୋତ୍ତମ ହୋଇଥାଏ । ଏହା ଶୀଘ୍ର ହଜମ ମଧ୍ୟ ହୋଇଯାଏ ।
ଏହାସହ ଆପଣଙ୍କର ଯଦି ଡାଲି ପସନ୍ଦ ଏହାକୁ ରାତିରେ ଖାଇବାକୁ ଆପଣଙ୍କୁ ଭଲ ଲାଗେ ତେବେ ଜାଇକୁ ପ୍ରଥମେ ଭିଜାଇ ରଖନ୍ତୁ ତା’ପରେ ହେଙ୍ଗୁ ଓ ଘିଅର ତଡକା ମାରନ୍ତୁ । ହେଲେ ହରଡ, ଚଣା, ବିରି ଡାଲି ଓ ରାଜମା ଭଳି ଖାଦ୍ୟକୁ ରାତିରେ ଖାଆନ୍ତୁ ନାହିଁ । କାରଣ ଏହା ପେଟ ପାଇଁ ବହୁତ ଭାରୀ ହୋଇଥାଏ । ତେଣୁ ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଆନ୍ତୁ ,ସୁସ୍ଥ ରୁହନ୍ତୁ ।