ଓଡ଼ିଶା 365 (ବ୍ୟୁରୋ): ଆପଣ ଜାଣନ୍ତିକି ଆମ ରାଜ୍ୟରେ ରହିଛି ଅନେକ ଶକ୍ତି ପୀଠ । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାରେ ଅବସ୍ତିତ ଦେବୀ ଭଦ୍ରକାଳୀଙ୍କ ପୀଠ ବା ମାଙ୍କ ମନ୍ଦିର ଅନ୍ୟତମ । ଦୀର୍ଘ ସାତଦିନବ୍ୟାପୀ ଚରମ୍ପାରେ ହେଉଥିବା କାଳୀପୂଜାପାଇଁ ଭଦ୍ରକ ପ୍ରସିଦ୍ଧ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାଙ୍କର ରହିଛି ଅନେକ ମହିମା । ଏହି ମନ୍ଦିର, ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ମାତ୍ର ୪୦ କି.ମି. ଦୂରରେ ଅବସ୍ଥିତ । ତେବେ ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ ରହିଚି । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି ।
ଏକ ପୌରାଣିକଥା ଅନୁସାରେ ମା ଭଦ୍ରକାଳୀଙ୍କ ମୂଳ ପ୍ରତିମା ଭଦ୍ରକ ସହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦ୍ରିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ତେବେ ଦେବୀ ଭଦ୍ରକାଳୀଙ୍କ ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ଲୁଚାଇ ରଖିଲେ ହେଲେ । ଏହା ପରେ ମାଆ ନଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।
ଏକଦା ସ୍ଥାନୀୟ ପିଲାମାନେ ସେହି ନଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା ରଖାଯାଇଛି ।ତେବେ କିଛି ଦିନପରେ ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ତେବେ ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି ।
କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ରହିଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ । ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନଦୀର ରୂପ ନେଲା । ଯେହେତୁ ଏହି ନଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା ।
ଖାଲି ସେତିକି ନୁହେଁ କିଛି ଲୋକ କଥା ଅନୁସାରେ ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନକ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପହଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା । ସେହି କୁଡ଼ିଆରେ ରହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପହଞ୍ଚିଲେ । ସେଠାରେ ପହଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ ।