ଓଡ଼ିଶା 365 (ବ୍ୟୁରୋ) : ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡା । ଦକ୍ଷିଣ ଭାରତ ସହ ସାରା ସହରରେ ଏବେ ଘରେ ଘରେ ପରିଚିତ ଏହି ସୁପରଷ୍ଟାର । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ସତ ହେଲେ ବଲିଉଡରେ ସେତେଟା ସଫଳତା ପାଇନାହାନ୍ତି ବିଜୟ । ବିଜୟ୨୦୧୧ ‘ନ୍ୟୁଭିଲ୍ଲା’ ଏବଂ ୨୦୧୨ରେ ‘ଲାଇଫ ଇଜ୍ ବ୍ୟୁଟିଫୁଲ’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ କରି ଫିଲ୍ମ ଦୁନିଆରେ କାମ ଆରମ୍ଭ କରିଥିଲେ । ଏହା ପରେ ୟେଭେଡ ସୁବ୍ରମଣ୍ୟମଙ୍କ ଭୂମିକା ଦ୍ଵାରା ସେ ସଫଳତାର ପ୍ରଥମ ପାହାଞ୍ଚଚଢ଼ିଥିଲେ । ପରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ‘ଅର୍ଜୁନ ରେଡ୍ଡୀ’ ଆସିଥିଲେ । ଯେଉଁଥିରେ ନିଜର ଅଭିନୟ ଦ୍ଵାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବିଜୟ ଦେବରାକୋଣ୍ଡା । ଦିନକୁ ଦିନ ବିଜୟ ଦେବରାକୋଣ୍ଡାଙ୍କ ଲୋକପ୍ରିୟତା ବଢ଼ିବା ସଙ୍ଗେ ସଙ୍ଗେ ସେ ପ୍ରଯୋଜନ କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି । ‘ହିଲ ଏଣ୍ଟରଟେନମେଣ୍ଟ’ ନାମକ ବ୍ୟାନରରେ ଚଳଚ୍ଚିତ୍ର ପ୍ରଯୋଜନ ମଧ୍ୟ କରୁଛନ୍ତି ।
ସୂଚନାଅନୁଯାୟୀ, କିଛି ବର୍ଷ ପୂର୍ବେ ବିଜୟ ଦେବରାକୋଣ୍ଡାଙ୍କ୧୫ କୋଟି ମୂଲ୍ୟର ହାଇଦ୍ରାବାଦର ଆଭିଜାତ୍ୟ ପୂର୍ଣ ଅଞ୍ଚଳ ଜୁବୁଲି ହିଲ୍ସରେ ଏକ ବିରାଟ ବଙ୍ଗଳା କିଣିଥିଲେ । ସେ ଜଣେ ଯୁବ ଷ୍ଟାଇଲ ଆଇକନ ଭାବରେ ମଧ୍ୟ ବେଶ୍ ଜଣାଶୁଣା । ଏହାସହ ବିଜୟଙ୍କର ୫ ସିଟ୍ ବିଶିଷ୍ଟ ୪-ସିଲିଣ୍ଡର ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ସି ଯାହାର ମୂଲ୍ୟ ପାଖାପାଖି ୬୮ ଲକ୍ଷ ଟଙ୍କା ଏବଂ ୧.୩୧ କୋଟି ଟଙ୍କା ମୂଲ୍ୟର ଭୋଲଭୋ ଢଉ୯୦ ଏସୟୁଭି ମଧ୍ୟ ଅଛି । ତାଙ୍କ ପାଖରେ ବିଲସପୂର୍ଣ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର, ଫୋର୍ଡ ମୁସ୍ତାଙ୍ଗ ଏବଂ ବିଏମଡବ୍ଲୁ ୫-ସିରିଜ୍ ସମେତ ଅନ୍ୟ ବିଳାସପୂର୍ଣ୍ଣ କାରଗୁଡିକର କଲେକସନ ମଧ୍ୟ ରହିଛି । ଦିନଥିଲା ବିଜୟ ମାତ୍ର ୫୦୦ ଟଙ୍କାରେ କାମ ଆରମ୍ଭ କରିଥିଲେ । ହେଲେ ବର୍ତ୍ତମାନ ସେ ୩୫ କୋଟି ଟଙ୍କା ରୋଜଗାର କରୁଛନ୍ତି ।
ଏକ ସାକ୍ଷାତକାରରେ ଦେବରାକୋଣ୍ଡା କହିଛନ୍ତି ଯେ , ଅଭିନୟ କରିବା ପୂର୍ବରୁ ସେ ଜଣେ ଟ୍ୟୁସନ ଶିକ୍ଷକ ଥିଲେ । ମାସକୁ ମାତ୍ର ୫୦୦ ଟଙ୍କା ରୋଜଗାର କରୁଥିଲେ । ଏହା ପରେ ସେ ଅନ୍ୟମାନଙ୍କୁ ଅଭିନୟ ତାଲିମ ଦେବା ଆରମ୍ଭ କରିଥିଲେ । ଏହାପରେ ସେ ମାସିକ ୩୫କୋଟି ଟଙ୍କା ରୋଜଗାର କରୁଥିଲେ । ୨୦୨୩ ମସିହାରେ ତାଙ୍କର ସମ୍ପତିର ଆନୁମାନିକ ମୂଲ୍ୟ ପ୍ରାୟ ୮ ମିଲିୟନ୍ ଡଲାର୍ ଅର୍ଥାତ୍ ୬୫ କୋଟି ଟଙ୍କା ହୋଇଥିଲା । ବିଜୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଯେପରିକି ‘ଡିଅର କମ୍ରେଡ’, ‘ପେଲି ଚୋପୁଲୁ’ ଏବଂ ‘ଟ୍ୟାକ୍ସିୱାଲା’। ଏହି ଚଳଚ୍ଚିତ୍ର ଗୁଡିକ ଭଲ ବ୍ୟବସାୟ କରିବାପରେ ପାରିଶ୍ରମିକ ବଢାଇଥିଲେ ଏବଂ ଏହାପରେ ସେ କରଣ ଜୋହରଙ୍କ ଲାଇଗର ଚଳଚ୍ଚିତ୍ର ପାଇଁ ୩୫ କୋଟି ଟଙ୍କା ପାରିଶ୍ରମିକରେ ନେଇଥିଲେ ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ପ୍ରବେଶ କରିଥିଲେ । ସୂଚନାଅନୁଯାୟୀ, ସାଉଥ ଫିଲ୍ମ ପାଇଁ ସେ ସାଧାରଣତଃ ଗୋଟେ ଚଳଚ୍ଚିତ୍ର ପାଇଁ ୧୨ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି ।