ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଂଚି ଇତିହାସ ସୃଷ୍ଟି କରିଛି ଭାରତ । ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଦକ୍ଷିଣ ଆଫ୍ରିକାରେ ଥାଇ ଭର୍ଚୁଆଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିକ୍ସ ସମିଟ୍ ପାଇଁ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରଧାନମନ୍ତ୍ରୀ ଚନ୍ଦ୍ରୟାନ-୩ର ଅବତରଣ ଉଦ୍ୟମକୁ ଭର୍ଚୁଆଲି ଦେଖି ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନଜଣାଇଛନ୍ତି । ସେ ଦକ୍ଷିଣ ଆଫ୍ରିକାରେ ଥାଇପାରନ୍ତି, ହେଲେ ତାଙ୍କ ହୃଦୟ ସବୁବେଳେ ଚନ୍ଦ୍ରୟାନ ମିଶନ ସହ ରହିଛି ବୋଲି ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍ ୬ଟା ୩ ମିନିଟରେ ଓହ୍ଲାଇଛି ।
ଚନ୍ଦ୍ରୟାନ-୩ ସଫଳ : ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉ