ଓଡ଼ିଶା 365 (ବ୍ୟୁରୋ): ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍ । ବିଜୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ଆୟବହିରଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରାୟଗଡ଼ା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଚଢାଉ କରିଛି। ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍, ଭୁବନେଶ୍ୱର ପଟିଆରେ ତିନି ମହଲା ଘର ଓ ସମ୍ପର୍କୀୟଙ୍କ ଘର, କଟକ ସଦରରେ ଥିବା ନିର୍ମାଣାଧୀନ ଘର ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି । ସେହିପରି ଯାଜପୁର ଦାନଗଦିରେ ଥିବା ପୈତୃକ ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ।
ସରକାରୀ ବାସଭବନରେ ଚଢାଉ ବେଳେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।