ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଛି ଭାରତ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍ ୬ଟା ୩ ମିନିଟରେ ଓହ୍ଲାଇଛି । ଏହି ମୂହୁର୍ତ୍ତକୁ କୋଟି କୋଟି ଭାରତୀୟ ଇସ୍ରୋର ୟୁଟୁବ ରେ ଦେଖିଛନ୍ତି । ବଡ଼ କଥା ହେଉଛି, ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ବୈଜ୍ଞାନିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏସ ସୋମନାଥଙ୍କୁ କହିଛନ୍ତି ଯେ, ସେମାନାଥ ଜୀ, ଆପଣଙ୍କ ନାମ ବି ଚନ୍ଦ୍ରମା ସହ ଜଡିତ। ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ ଅବତରଣ କରାଇ ନୂଆ ଇତିହାସ ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଲ୍ୟାଣ୍ଡିଂ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ଯ୍ୟାଳୟରେ ଏକ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା ।