ଓଡ଼ିଶା 365(ବ୍ୟୁରୋ): ସଫଳ ହେଲା ଚନ୍ଦ୍ରଯାନ – ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କଲା ଚନ୍ଦ୍ରଯାନ-୩। ଏହାସହିତ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ମିଳିଛି ଅଭୂତପୂର୍ବ ସଫଳତା। ଆମେରିକା, ଋଷ ଏବଂ ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଛି।
ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍ ରେ ଅବତରଣ କରିବାର ସଫଳ ହୋଇଛି ଇସ୍ରୋ। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ଚନ୍ଦ୍ରାବତରଣ କାର୍ଯ୍ୟକ୍ରମକୁ ଜୋହାନ୍ସବର୍ଗରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଛନ୍ତି ।
। ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛି ବୋଲି ନିଶ୍ଚିତ ହେଲାପରେ ଏହାଦ୍ୱାରା ଇସ୍ରୋ ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ କରିବ । ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି, ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହୋଇଛି ବିଶ୍ୱର ଏକମାତ୍ର ଦେଶ । ସବୁଠି ମୋଦି ସରକାରଙ୍କୁ ଛୁଟିଛି ଶୁଭେଛାର ସୁଅ। ମିଶନ ମୁନର ସଫଳତା ପାଇଁ ଦେଶ-ବିଦେଶରୁ ଭାରତକୁ ଛୁଟୁଛି ଶୁଭେଛା। ଚନ୍ଦ୍ରରେ ପାଦ ଦେଇଛି ଭାରତ । ଇତିହାସ ରଚିଛି ଇସ୍ରୋ। ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା ଇସ୍ରୋ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ଶୁଭେଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।