ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ଖାଉଥିବା ପନିପରିବା ଭିତରୁ ଅନେକ ଲୋକ ଅଛନ୍ତି ଯିଏ କଲରା ଖାଇବା ପସନ୍ଦ କରନ୍ତି ନାହିଁ । କାରଣ ଏହିପରିବା ସ୍ୱାଦରେ ଟିକେ ଖରାପ ବା ପିତା ହୋଇଥାଏ । କିନ୍ତୁ ବାସ୍ତବରେ ଏହା ପିତା ହେଲେବି ଶରୀର ପାଇଁ ଉପକାରୀ ଅଟେ । ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥାନ୍ତି। ତେବେ ଏହି ଋତୁରେ ଅଧିକ ମାତ୍ରାରେ କଲରା ଖାଇବା ଠିକ୍ ନା ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ? ଆଜି ଆମେ ଆପଣଙ୍କୁ କଲରା ଖାଇବାର ସୁବିଧା ଏବଂ ଅସୁବିଧା ବିଷୟରେ ଯାଣନ୍ତୁ । ପ୍ରଥମେ ଯାଣନ୍ତୁ କଲରାର ଉପକାରିତା କଣ ? ଖରାଦିନରେ କଲରା ଖାଇବାର ରହିଛି ଅନେକ ଫାଇଦା ଓଜନ ହ୍ରାସ କରିବାରେ କଲରା ସାହାଯ୍ୟକାରୀ ହୋଇଥାଏ । ଦୃଷ୍ଟି ଶକ୍ତି ବଢାଇବା ପାଇଁ ଗ୍ରୀଷ୍ମ ଋତୁରେ କଲରା ଖାଇବା ଭଲ ବୋଲି କୁହାଯାଇଛି ।
ମଧୁମେହ ରୋଗୀଙ୍କ ପାଇଁ କଲରା ଖାଇବା ନିହାତି ଆବଶ୍ୟକ ରହିଛି । କଲରାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମିଳିଥାଏ । ଚର୍ମ ସହିତ ଜଡିତ ଅନେକ ରୋଗରୁ ମଧ୍ୟ ନିୟମିତ କଲରା ଖାଇବା ଦ୍ୱାରା ଦୂର ହୋଇଥାଏ ।ଖାଲି ସେତିକି ନୁହେଁ କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକାବିଲା ପାଇଁ କଲରା ଉତ୍କୃଷ୍ଟ ଖାଦ୍ୟ ହୋଇଥାଏ ।
ତେବେ କିଛି କ୍ଷେତ୍ରରେ ମଧ୍ୟ କଲରା ଖାଇଲେ ହୋଇଥାଏ ଅନେକ ଅସୁବିଧା ମଧୁମେହ ରୋଗୀ ମାନେ କଲରା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରାବା ଉଚିତ୍ । ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଉଛନ୍ତି, ସେମାନେ କଲରା ଖାଇବା ଠାରୁ ଦୂରେଇ ରହିବାର ମଧ୍ୟ ଉଚିତ୍ । ଗର୍ଭାବସ୍ଥାରେ ମଧ୍ୟ କଲରା ଖାଇବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା କ୍ଷତି ହୋଇପାରେ । ତେବେ ଅତ୍ୟଧିକ କଲରା ଖାଇବା ଦ୍ୱାରା ମଧ୍ୟ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ ।