ଓଡ଼ିଶା 365 (ବ୍ୟୁରୋ): ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ପୁଣିଥରେ ଲୋକପ୍ରିୟ ଗେମ୍ ସୋ ‘କୌନ୍ ବନେଗା କରୋଡପତି’କୁ ହୋଷ୍ଟ୍ କରୁଛନ୍ତି। ଏହାରି ମଧ୍ୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଗ୍ ବି କରୋନା କାଳର ଏକ ଦୁଖଃଦ ଅନୁଭୂତି ଫ୍ୟାନ୍ସ ମାନଙ୍କ ସହ ବାଣ୍ଟିଛନ୍ତି । ସେ କରୋନା ମହାମାରୀରେ ସଂକ୍ରମିତ ହେବା କଥା ମନେ ପକାଇଥିଲେ। ପ୍ରଥମେ ୨୦୨୦ ଓ ପରେ ୨୦୨୨ରେ ଦୁଇ ଦୁଇଥର ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସମୟରେ ସେ ୨୫ ଦିନ ଆଇସିୟୁରେ ରହିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ବିଗ୍ ବି । ହେଲେ ଏହି ୨୫ ଦିନ ଜୀବନର ସବୁଠାରୁ ଯନ୍ତ୍ରଣାମୟ ଦିନ ଥିଲା ବୋଲି ପ୍ରକାଶ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।