ଓଡ଼ିଶା 365 (ବ୍ୟୁରୋ): ମହାକାଶର ଗବେଷଣା କ୍ଷେତ୍ରରେ ଅନେକ ସଫଳତା ସାଉଁଟିଛି ଭାରତ । ଆଉ ଆଜି ହେଉଛି ଦେଶ ପାଇଁ ଏକ ପରୀକ୍ଷାର ଦିନ । ଆଉ କିଛି ସମୟରେ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ୍ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଭାରତର ମହାକାଶ ବିଜ୍ଞାନରେ ଯୋଡିହେବ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ । ଐତିହାସିକ ମୂହୁର୍ତ୍ତ ପାଇଁ ଆଉ ମାତ୍ର କିଛି ସମୟ । ତେବେ ଜାଣନ୍ତୁ କିଭଳି ହୁଏ ଲ୍ୟାଣ୍ଡିଂ । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ରୋଭରର କାମ କଣ ?
ଆପଣ ଜାଣନ୍ତିକି ବର୍ତ୍ତମାନ ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁଠାରୁ ମାତ୍ର କିଛି କିଲୋମିଟର ଉଚ୍ଚରେ ରହିଛି ବିକ୍ରମ ଲ୍ୟାଣ୍ଡର । ପ୍ରତି ସେକେଣ୍ଡରେ ୧.୬ କିମି ବେଗରେ ଗତି କରୁଛି । ନିର୍ଦ୍ଧାରିତ ସ୍ଥାନ ଖୋଜିବାଠାରୁ ଆରମ୍ଭ କରି ଗ୍ରୀନ ସିଗନାଲ୍ ମିଳିବା ପର୍ଯ୍ୟନ୍ତ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ଏବଂ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଉଚ୍ଚରେ ରହିବ । ଏହି ସମୟରେ ଅବତରଣ ସ୍ଥାନ ସୁରକ୍ଷିତ ରହିଛି କି ନାହିଁ ସେନେଇ ଯାଞ୍ଚ କରାଯିବ ।
ଚନ୍ଦ୍ରଯାନ-୨ରେ ଏହି ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେବେ ଚନ୍ଦ୍ରଯାନ-୩ର ସଫଳତା ନେଇ ସାରା ଦେଶ ପ୍ରାର୍ଥନା କରିଥିବା ବେଳେ ଇସ୍ରୋର ବିଶ୍ୱାସ କି ଚନ୍ଦ୍ରଯାନ-୩ ସଫଳତା ସହ ଲ୍ୟାଣ୍ଡ କରିବ । ଏହି ସମୟରେ ଯଦି ସବୁ ଠିକ୍ ହୁଏ ତାହାଲେ ପୁରା ବିଶ୍ୱରେ ଭାରତ ଇତିହାସ ରଚିବ ।
ଚନ୍ଦ୍ରଯାନ-୩ ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା । ଉତପେକ୍ଷଣରୁ ବର୍ତ୍ତମାନ ସୁଦ୍ଧା ଅପଡେଟ୍ ଉପରେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡିଂ ୪ଟି ପ୍ରକ୍ରିୟାରେ ହେବ । ରଫ୍ ବ୍ରେକିଂ, ଫାଇନ୍ ବ୍ରେକିଂ, ଅଲ୍ଟିଚ୍ୟୁଡ୍ ହୋଲ୍ଡ ଏହଂ ଟର୍ମିନାଲ ଡିସେଣ୍ଟ୍ । ରଫ୍ ବ୍ରେକିଂ ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬ କିଲୋମିଟର ରହିବ । ଅଲ୍ଟିଚ୍ୟୁଡ ହୋଲ୍ଡ ପର୍ଯ୍ୟାୟରେ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ ଏବଂ ପୂର୍ବରୁ ଜାରି ହୋଇଥିବା ଫୋଟ ସହିତ ତୁଳନା କରି ଲ୍ୟାଣ୍ଡିଂ ସ୍ଥାନ କେତେ ସୁରକ୍ଷିତ ସେ ବିଷୟରେ ତର୍ଜମା କରାଯିବ । ଏହି ପର୍ଯ୍ୟାୟର ସମୟକୁ ୧୦ ସେକେଣ୍ଡ କରାଯାଇଛି ।
ଫାଇନ୍ ବ୍ରେକିଂ ପର୍ଯ୍ୟାୟ ୧୭୫ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ଚନ୍ଦ୍ରଯାନର ବେଗକୁ ୦ କରାଯିବ। ଏହାପରେ ଲ୍ୟାଣ୍ଡର ବିକ୍ରମର ସ୍ପେନ୍ସରକୁ ସକ୍ରିୟ କରାଯିବା ସହିତ ଉଚ୍ଚତା ମପାଯିବ । ପୁଣି ଶେଷ ଥର ପାଇଁ ଫଟୋ ଉଠାଯାଇ ତୁଳନା କରାଯିବ । ଶେଷ ପର୍ଯ୍ୟାୟ ଟର୍ମିନାଲ ଡିସେଣ୍ଡରେ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ୍ କ୍ୟାମେରା ଚନ୍ଦ୍ରପୃଷ୍ଠର ଶେଷ ଫଟୋ ଉଠାଇବ । ଏହି ଟେଷ୍ଟ୍କୁ ଗୋ.ଅନ୍.ଗୋ କୁହାଯାଏ । ଯଦି ସବୁ ଠିକ ବୋଲି ବିବେଚିତ ହୁଏ ବା ଗ୍ରୀନ୍ ସିଗନାଲ୍ ମିଳେ ତାହାଲେ କିଛି ସେକେଣ୍ଡରେ ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ତେବେ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ସ୍ପେନ୍ସର ଗୁ଼ଡ଼ିକୁ ଆକ୍ଟିଭ୍ କରିବା ପାଇଁ ଅନବୋର୍ଡ କମ୍ପ୍ୟୁଟରକୁ ସଙ୍କେତ ଦେବ । ଲ୍ୟାଣ୍ଡର ସମ୍ପୁର୍ଣ୍ଣ ଶକ୍ତି ଯୋଗାଇବ । ସମସ୍ତ ପ୍ରକ୍ରିୟା ସମୟରେ ବିକ୍ରମ ଏବଂ ପ୍ରଜ୍ଞା ଫଟୋ ଉଠାଇବେ ।
ଋଷର ଲୁନା-୨୫ ବିଫଳତାର କାରଣ ଚନ୍ଦ୍ରଯାନ-୩ରେ ଦେଖାଯିବ ନାହିଁ ! ‘କ୍ରିଟିକାଲ ଟାଇମ ଗୁରୁତ୍ବପୂର୍ଣ୍ଣ’ଯଦି ସରଳ ଭାଷାରେ କହିବା ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ସମୟରେ ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିବ । ଏହାପରେ ଲ୍ୟାଣ୍ଡରରେ ରହିଥିବା ସମସ୍ତ ଇଞ୍ଜିନ୍କୁ ଆକ୍ଚିଭ କରାଯିବ ଏବଂ ଏହାର ବେଗକୁ ହ୍ରାସ କରାଯିବ । ଲ୍ୟାଣ୍ଡରକୁ ମନୋଭର ଜରିଆରେ ଚନ୍ଦ୍ରପୃଷ୍ଠ ସହିତ ଭୂଲମ୍ବ କରାଯିବ ।
ଚନ୍ଦ୍ରପୃଷ୍ଠଠାରୁ ୮୦୦ ମିଟର ଉଚ୍ଚତାରେ ଲ୍ୟାଣ୍ଡର ପହଞ୍ଚିବା ପରେ ସମାନ୍ତରାଳ ଏବଂ ଭୂଲମ୍ବର ବେଗକୁ ଶୂନ କରାଯାଇ ଲ୍ୟାଣ୍ଡିଂ ସ୍ଥାନର ସର୍ଭେ କରାଯିବ। ଏହାପରେ ଲ୍ୟାଣ୍ଡି ସ୍ଥାନ ଚିହ୍ନଟ କରାଯିବ । ୨ଟି ଇଞ୍ଜିନ ଆକ୍ଟିଭ୍ ରହିଥିବା ବେଳେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ । ଲ୍ୟାଣ୍ଡିଂ ପରେ ବିକ୍ରମ୍ ଲ୍ୟାଣ୍ଡରକୁ ରୋଭର ପ୍ରଜ୍ଞା ସହିତ ଯୋଗ କରାଯିବ ।ଚନ୍ଦ୍ରଯାନ-୩ ସମ୍ବନ୍ଧରେ ଇସ୍ରୋ ପକ୍ଷରୁ ଏକ ଅପଡେଟ୍ ଦିଆଯାଇଛି ।