ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠୁ ବୟସ୍କ ସମସ୍ତେ ଟିଭି, ମୋବାଇଲ୍ ବିନା ଦିନ କାଟିିବା କଷ୍ଟକର ହୋଇପଡ଼ିଲାଣି । ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ଟିଭି, ମୋବାଇଲର ବ୍ୟବହାର ପ୍ରଚୁର ମାତ୍ରାରେ ହେଉଛି । ହେଲେ ଆପଣଙ୍କର ଏହି ଅଭ୍ୟାସ ଶରୀର ଉପରେ କୁପ୍ରଭାବ ପକାଇଥାଏ । କ’ଣ ଆପଣ ବି ଭୋଜନ ସମୟରେ ଟିଭି , ମୋବାଇଲ୍ ଦେଖୁଛନ୍ତି କି ? ଯଦି ଏପରି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ।
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିଭି କିମ୍ବା ମୋବାଇଲ ଦେଖି ଭୋଜନ କରିବା ଦ୍ୱାରା ଖାଦ୍ୟରେ ସଠିକ୍ ଭାବେ ଧ୍ୟାନ ରହିନଥାଏ । ଅନେକ ଖାଦ୍ୟକୁ ଭଲ ଭାବେ ଚୋବାଇ ମଧ୍ୟ ଖାଇନଥାଆନ୍ତି। ଆଉ କେତେଜଣ ଆବଶ୍ୟକତା ଠାରୁ ଅଧିକ ମଧ୍ୟ ଖାଇ ଦେଇଥାଆନ୍ତି। ଯାହାଫଳରେ ମୋଟାପଣ ଏକ ମୁଖ୍ୟ କାରଣ ହୋଇଥାଏ । ଖାଦ୍ୟ ନ ଚୋବାଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇପାରିନଥାଏ। ଏହି କାରଣରୁ କୋଷ୍ଠକାଠିନ୍ୟ,ପେଟ ଯନ୍ତ୍ରଣା,ବଦହଜମି ଠାରୁ ଆରମ୍ଭ କରି ଅନେକ ମାରାତ୍ମକ ରୋଗ ଆପଣଙ୍କ ଶରୀରରେ ସୃଷ୍ଟି ହୋଇଥାଏ । ତେଣୁ ଭୋଜନ ସମୟରେ ଟିଭି କିମ୍ବା ମୋବାଇଲ୍ ଠାରୁ ଦୂରେଇ ରୁହନ୍ତୁ ।