ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ରଯାନ-୩ ଅବତରଣର ନେଇ ଆରମ୍ଭ ହୋଇଯାଇଛି କାଉନଡାଉନ। ବଡ଼ ଇତିହାସ ରଚିବା ଅପେକ୍ଷାରେ ଭାରତ। ଆଜି ସନ୍ଧ୍ୟା ପ୍ରାୟ ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆକଳନ କରିଛନ୍ତି ଇସ୍ରୋ ବୈଜ୍ଞାନିକ। ତେବେ ଏହି ଚନ୍ଦ୍ରଯାନ-୩ର ସଫଳତା କାମନା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଏହା ସହ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶଙ୍କରାଚାର୍ଯ୍ୟ । ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ପ୍ରୟାସକୁ ସେ ଭୂୟୀୟସୀ ପ୍ରଶଂସା କରିଛନ୍ତି। ଏହାସହ ଭାରତ ସରକାରଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।