ଓଡ଼ିଶା 365 (ବ୍ୟୁରୋ): ଦେଶରେ ଦୃତଗତିରେ ବୃଦ୍ଧି ପାଇଛି ଘରୋଇ ଉପଭୋଗ ଏବଂ ବିନିଯୋଗର ଚାହିଦା । କିନ୍ତୁ ବିଶ୍ବ ଅନିଶ୍ଚିତତା ଓ ଘରୋଇ ବ୍ୟାଘାତ ଆସନ୍ତା ମାସରେ ମୁଦ୍ରାସ୍ଫୀତି ଚାପକୁ ଆହୁରି ବୃଦ୍ଧି କରିପାରେ । ତେବେ ଏଥିପାଇଁ କେନ୍ଦ୍ର ଓ ଆରବିଆଇକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଏନେଇ ମଙ୍ଗଳବାର ଅର୍ଥନୀତି ବ୍ୟାପାର ବିଭାଗ ଦ୍ବାରା ମାସିକ ଆର୍ଥିକ ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି, ସରକାର ଦେଶରେ ଖାଦ୍ୟ ସାମଗ୍ରୀ ଉପରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ସତର୍କମୂଳକ ପଦକ୍ଷପ ଗ୍ରହଣ କରିଛନ୍ତି । ଯାହାଦ୍ବାରା ଫ୍ରେସ୍ ଷ୍ଟକ ଆସିବା ସହିତ ବଜାର ମୂଲ୍ୟର ଚାପ ଶୀଘ୍ର କମ୍ ହେବାର ସମ୍ଭାବନା ରହିଛି । ଏହାସହ ବିଶ୍ବ ସ୍ତରରେ ଉଦ୍ୟୋଗୀ ନୀତିର ସକ୍ରିୟ ଅନୁସରଣର ସ୍ଥିତି ସମ୍ଭାବନାକୁ ଆହୁରି ମଜବୁତ କରିବା ପାଇଁ ବାହ୍ୟ ସେକ୍ଟରରେ ତଦାରଖ କରିବାର ଆବଶ୍ୟକ ରହିଛି । ତେବେ ଏହି ସମୟରେ ସରକାର ପିଆଜ ଉପରେ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଏହାସହ କିଛି ଡାଲି ଜାତୀୟ ଦ୍ରବ୍ୟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି ।
ବର୍ତ୍ତମାନରେ ଅଧିକାଂଶ ଲୋକ ଓ୍ବାର୍କଫ୍ରମ ହୋମକୁ ପ୍ରାଧାନ୍ୟ ଦେଉଛନ୍ତି । ଯାହା ସାଧାରଣତଃ ଗ୍ଲୋବାଲ କାପାବିଲିଟି ସେଣ୍ଟର ଉପରେ ପ୍ରଭାବ ପକାଉଛି । ତେବେ ଏହା ମଧ୍ୟରେ ଭାରତୀୟ ସେବାର ରପ୍ତାନୀର ବାହାର ଚାହିଦା ଏବଂ ରୋଜଗାର ନିଯୁକ୍ତି ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କୃତିମ ଜ୍ଞାନ କୈଶଳର ବ୍ୟବହାରର ପ୍ରଭାବ ଉପରେ ନଜର ରଖିବାର ଆବଶ୍ୟକ ରହିଛି ବୋଲି ସମୀକ୍ଷା ରିପୋର୍ଟରେ କୁହାଯାଇଛି । ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଭାଙ୍ଗିଲା 8 ବର୍ଷର ରେକର୍ଡଏଥିରେ ଆହୁରି କୁହାଯାଇଛି ଯେ, ଆମେରିକା ବଣ୍ଡ ୟିଲ୍ଡରେ ବୃଦ୍ଧି କାରଣରୁ ବିଶ୍ବ ସେୟାର ବଜାର କାରବାରରେ ହ୍ରାସ ହେବା ନେଇ ଆଶଙ୍କା କରାଯାଉଛି । ଏହାସହ ଆଗକୁ ମନିଟାରି ପଲିସି କଡ଼ାକଡ଼ି ହେବାର ଆଶଙ୍କା କରାଯାଉଥିବା ବେଳେ ଉଦୀୟମାନ ଅର୍ଥବ୍ୟବସ୍ଥା ଭାରତୀୟ ସେୟାର ବଜାରକୁ ପ୍ରଭାବିତ କରିବା ନେଇ ଆଶା କରାଯାଇଛି ।