ଓଡ଼ିଶା 365 (ବ୍ୟୁରୋ): ଗତ କିଛି ଦିନ ଧରି ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଏନେକୁ ନେଇ ଆଜି ବିଏମସି ଅଫିସ ଭିତରକୁ ମଶା ଧୂଆଁ ଛାଡିଛି ବିଜେପି । ବଢ଼ୁଥିବା ଡେଙ୍ଗୁର ନିୟନ୍ତ୍ରଣରେ ବିଏମସି ବିଫଳ ହେଉଥିବା ଅଭିଯୋଗ କରି ବିଜେପି ହଲ୍ଲାବୋଲ କରିଥିଲା । ବିଏମସି କାର୍ଯ୍ୟାଳୟ ଘେରିବା ସହ ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି ।
। ଯାହାକୁ ନେଇ ବିଜେପି ବାରମ୍ବାର ବିଏମସିକୁ ଘେରିବା ସହ ଡେଙ୍ଗୁ ମୁକାବିଲାରେ ବିଏମସି ବିଫଳ ହୋଇଥିବା ଅଭିଯୋଗ କରିଆସୁଛି । ଏବେ ବିଏମସି କାର୍ଯ୍ୟାଳୟକୁ ମଶା ଧୁଆଁ ଛାଡ଼ିବା ସହ ସହରର ପ୍ରତି ଗଳିକନ୍ଦିକୁ ଯାଇ ମଶା ଧୂଆଁ ଛାଡିବାକୁ ଦାବି କରିଛନ୍ତି । ଏପରିକି ଭୁବନେଶ୍ୱରବାସୀଙ୍କୁ ଡେଙ୍ଗୁ ଉପହାର ଦିଆଯାଉଥିବା କହି ବିଜେପି କଟାକ୍ଷ କରିଛି ।