ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ସାଧାରଣ କଥା ପାଲଟି ଗଲାଣି । ଆଜିକାଲିର ଖାଦ୍ୟଶୈଳୀ , ପ୍ରଦୂଷଣ, ମାନସିକ ଚାପ ହାର୍ଟ ଆଟାକର ମୁଖ୍ୟ କାରଣ । ଛୋଟ ଠୁ ବୟସ୍କ ସଭିଏଁ ହାର୍ଟ ଆଟାକର ଶିକାର ହୋଇଥାନ୍ତି । ଏହା ହଠାତ୍ ଆସେ ଏବଂ କ୍ଷଣିକ ମଧ୍ୟରେ ନେଇଯାଏ ଜୀବନ । ହେଲେ ଆପଣ ଜାଣନ୍ତି କି, ହାର୍ଟ ଆଟାକ ହେବାର ଏକମାସ ପୂର୍ବରୁ ଶରୀରରେ ଅନେକ ସଙ୍କେତ ଦେଖାଦେଇଥାଏ । କ’ଣ ଏହି ସଙ୍କେତ ଆସନ୍ତୁ ଜାଣିବା ।
ଶରୀରରେ ବିନା କୌଣସି ବାଧାରେ ରକ୍ତ ପ୍ରବାହ ହୋଇଥାଏ ହେଲେ ରୋଗୀଣା ହୋଇସାରିଥିବା କରୁଣା ଆଟ୍ରିଷ୍ଟିରେ ଏକ ପ୍ରକାର ଚର୍ବିଯୁକ୍ତ ତତ୍ୱ ଯାହାକୁ ବ୍ଲାକ କୁହାଯାଏ, ତାହା ଆଟ୍ରିଷ୍ଟିର ଦ୍ୱାରରେ ହିଁ ଜମିଯାଇଥାଏ । ଏହା ରକ୍ତ ପ୍ରବାହିତ ହେଉଥିବା ରାସ୍ତାରେ ଆସିବାକୁ ଲାଗିଥାଏ ଏହା ଦ୍ୱାରା ହାର୍ଟ ପାଇଁ ଦରକାର ହେଉଥିବା ଅକ୍ସିଜେନ ଓ ନ୍ୟୁଟ୍ରିୟନସ ବ୍ଲାକ ହୋଲକୁ ଲାଗିଥାଏ ଯାହାଦ୍ୱାରା ଅନେକ ସମୟରେ ଛାତିରେ ଯନ୍ତ୍ରଣା ହୋଇଥାଏ ।
ହାର୍ଟ ଆଟାକର ପ୍ରଥମ ସଂକେତ ହେଉଛି ବିନା କୌଣସି ପରିଶ୍ରମରେ ଝାଳ ବୋହିବା ଓ ବିନା କୌଣସି କାମ କରି ଝାଳ ବୋହୁଥିଲେ ଏହା ହାର୍ଟ ଆଟାକର ସଂକେତ ଦେଇଥାଏ । ସେହିପରି ବ୍ଲଡ଼ ସଞ୍ଚାଳନ କମିବା ସହ ଯଦି ଆପଣଙ୍କର ମୁଣ୍ଡ ବାରମ୍ବାର ବୁଲାଉଛି ଏବଂ ବି.ପି ଲୋ ହେବାର ସମସ୍ୟା ଅଛି ତେବେ ଡ଼େରି ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ , କାରଣ ଏହା ହାର୍ଟ ଆଟାକର ସଙ୍କେତ ହୋଇଥାଏ । ସେହିପରି ଯଦି ଆପଣଙ୍କ ଛାତିରେ ବା ନିଶ୍ୱାସ ନେବାରେ କଷ୍ଟ ହେଉଛି ତେବେ ଜାଣିନିଅନ୍ତୁ ଏହା ହାର୍ଟ ଆଟାକ ହେବାର ପ୍ରମୁଖ କାରଣ ହୋଇଥାଏ । ଏହା କ୍ଷଣିକ ମଧ୍ୟରେ ଆପଣଙ୍କ ଜୀବନ ନେଇପାରେ । ଏଥିରୁ ବର୍ଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ ।
ଯଦି ହଠାତ୍ ଆପଣଙ୍କ ଛାତିରେ ବହୁତ ଜୋରରେ ଯନ୍ତ୍ରଣା ହୁଏ ତେବେ ଆପଣ ସମସ୍ତ କାମ ଛାଡ଼ିଦେଇ ଗୋଟେ ସ୍ଥାନରେ ବସିପଡନ୍ତୁ ଏବଂ ଜୋର ଜୋରରେ ନିଶ୍ୱାସ ନେବା ପାଇଁ ଚେଷ୍ଟା କରନ୍ତୁ । ଯାହା ହାର୍ଟ ଆଟାକରୁ ଆପଣଙ୍କୁ ରକ୍ଷା କରିପାରିବ । ଏହାସହ ପ୍ରତିଦିନ ଏକ୍ସରସାଇଜ କରନ୍ତୁ ଏବଂ ତୈଳଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ସେହିପରି ପ୍ରତିଦିନ ଛଅ ରୁ ଆଠ ଘଣ୍ଟା ଶୁଅନ୍ତୁ ଯାହା ଆପଣଙ୍କ ହାର୍ଟକୁ ସୁସ୍ତ ରଖିଥାଏ ।