ଓଡ଼ିଶା 365(ବ୍ୟୁରୋ): ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି । ରକ୍ଷାବନ୍ଧନ ପୂର୍ବରୁ ଇପିଏଫଓ ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିବେ କେନ୍ଦ୍ର ସରକାର । ଏଥିରେ ଏଥିରେ ୬.୫ କୋଟି ଆକାଉଣ୍ଟଧାରୀ ଉପକୃତ ହେବେ । ଏହି ଉପହାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ୮.୧୫ ପ୍ରତିଶତ ସୁଧ ପଠାଇବ। ସୁଧ ଟଙ୍କା ଉଭୟ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ସମାନ ଭାବରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଏହାର ପ୍ରସ୍ତୁତି ଶେଷ ହୋଇଛି।