ଓଡ଼ିଶା 365 (ବ୍ୟୁରୋ):ଦେଶକୁ
ମିଳିବ ପ୍ରଥମଟ୍ରାନ୍ସଜେଣ୍ଡର
ଡାକ୍ତର । ତେଲେଙ୍ଗାନାରୁ ପ୍ରଥମ ଟ୍ରାନ୍ସଜେଣ୍ଡର ପିଜି ଡାକ୍ତର । ପ୍ରଥମ
ଥର ତେଲେଙ୍ଗାନାରେ ଜଣେ ଟ୍ରାନ୍ସଜେଣ୍ଡର ମେଡିକାଲ ଶିକ୍ଷାରେ ପିଜି ସିଟ୍ ପାଇଛନ୍ତି । ଯାହା
ସାରା ଦେଶରେ ଏକ ଆଲୋଡ଼ନ ସୃଷ୍ଟିକରିଛି । ଏହି ଟ୍ରାନ୍ସଜେଣ୍ଡର ହେଉଛନ୍ତି ୨୯ ବର୍ଷୀୟା ଡାକ୍ତର
ରୁଥପାଲ ଜନ । ତେବେ ତାଙ୍କର ଏହି ଯାତ୍ରା ଆଦୌ ସହଜ ନଥିଲା । ରୁଥପାଲଙ୍କ ଘର ତେଲେଙ୍ଗାନାର
ଖାମମ ସହରରେ । ତାଙ୍କ ବାପାମାଆ ନାହାନ୍ତି । ସେ ଖୁବ କଷ୍ଟରେ ପାଠ ପଢିଥିଲେ । ଦୁଃଖ କଷ୍ଟ
ଭିତରେ ଏମ୍.ବି.ବି.ଏସ୍ ପାଠପଢା ଶେଷ କରିବା ପରେ ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ଓସମାନିଆ
ମେଡିକାଲ କଲେଜର ଆର୍ଟ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି । ସେ ଗରୀବ ରୋଗୀ ଏବଂ ବିଭିନ୍ନ ଶାରିରୀକ
ଓ ମାନସିକ ରୋଗରେ ପୀଡିତ ତାଙ୍କ ଭଳି ଟ୍ରାନ୍ସଜେଣ୍ଡରଙ୍କ ସେବା କରୁଛନ୍ତି ।ରୁଥପାଲ ଜନ
ହାଇଦ୍ରାବାଦ ସ୍ଥିର ମାଲ୍ଲା ରେଡ୍ଡି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରୁ ଏମ୍.ବି.ବି.ଏସ୍ ପାଠପଢା
ଶେଷ କରିଛନ୍ତି ।
କଠିନ ପରିଶ୍ରମ ବଳରେ ସେ ପିଜି-ନିଟ୍ରେ ରାଙ୍କ ହାସଲ କରିଥିଲେ । ରୁଥପାଲ
ମେଡିସିନରେ ପିଜ ସିଟ୍ ପାଇଛନ୍ତି । ଏବେ ହାଇଦ୍ରାବାଦର ଇଏସଆଇ ମେଡିକାଲ କଲେଜରେ ଏମର୍ଜେନ୍ସି
ମେଡିସନ ପ୍ରୋଗ୍ରାମର ଏମଡି ଭାବେ କାମ କରିବେ । ଏଥିପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଆବଶ୍ୟକ
ହୋଇଥିଲା । ତେବେ ଓସମାନିଆ ହସ୍ପିଟାଲର ସୁପରିଟେଣ୍ଡଣ୍ଟ ଡଃ ନାଗେନ୍ଦ୍ରଙ୍କ ଉଦ୍ୟମରେ
ହସ୍ପିଟାଲର ଅନ୍ୟ ଡାକ୍ତରୀ ତଥା କର୍ମଚାରୀ ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା କରିଥିଲେ । ବାକି
ଦେଢ ଲକ୍ଷ ଟଙ୍କା ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଂ ହ୍ୟାଣ୍ଡ ଫାଉଣ୍ଡେସନ ଓ ଏସ୍.ଇ.ଇ.ଡିଚାରିଟେବୁଲ
ସଂଗଠନ ଦ୍ବାରା ଯୋଗାଡ ହୋଇଥିଲା । ଏନେଇ ଡଃ ରୁଥପଲ କୁହନ୍ତି, ସେ ଯେଉଁ ଶିକ୍ଷା
ଗ୍ରହଣ କରିଛନ୍ତି, ସେଥିରେ ଗରୀର ଓ ତାଙ୍କ ଭଳି ଲୋକମାନଙ୍କର ସେବା କରିବେ । ସେ
ଆହୁରି ମଧ୍ୟ କହିଛନ୍ତି ଯେବେଠାରୁ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା ସେବେଠୁ ସେ ଡାକ୍ତର ହେବାକୁ ଚାହୁଁଥିଲି ।
ଲୋକମାନେ
ମୋ ସହ ଯେଭଳି ବ୍ୟବହାର କରୁଥିଲେ, ସେଥିପାଇଁ
ମୁଁ କଠିନ ପରିଶ୍ରମ କରି ପାଠ ପଢିଲି । ୨୦୧୮ରେ ଏମବିବିଏସ ପୁରା କରିବା ପରେ ମୁଁ
ଟ୍ରାନ୍ସଜେଣ୍ଡର ହୋଇଥିବାରୁ ପ୍ରାୟ ୨୦ଟି ହସ୍ପିଟାଲ ମୋତେ ଅସ୍ବୀକାର କରିଥିଲେ । ଏତେ ସବୁ
ସଂଘର୍ଷ ପରେ ଏବେ ରୁଥପାଲ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପୋଷ୍ଟ ଗ୍ରାଜୁଏଟ ଡାକ୍ତର ହେବାକୁ
ଯାଉଛନ୍ତି । ଯାହା ବାସ୍ତବରେ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଗଲେ ।