ଓଡ଼ିଶା 365(ବ୍ୟୁରୋ):ବୁଧବାର ଅର୍ଥାତ୍ ଆଜି ସନ୍ଧ୍ୟାରେ ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଛି । ଯଦି ସଫଳ ଅବତରଣ କରେ ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବ।
ଏହାରି ଭିତରେ କମାଣ୍ଡ ସେଣ୍ଟରର ଦୁଇଟି ଫଟୋ ଟୁଇଟ କରିଛି ଇସ୍ରୋ । ଟୁଇଟରେ ଇସ୍ରୋ କହିଛି, ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର୍ ମଡ୍ୟୁଲ ଅବତରଣ ପ୍ରକ୍ରିୟା ୧୭.୪୪ରେ ଆରମ୍ଭ ହେବ। ସେଣ୍ଟରରୁ ନିର୍ଦ୍ଦେଶ ପାଇବା ପରେ ଲ୍ୟାଣ୍ଡର ମଡ୍ୟୁଲ ଏହାର ଇଞ୍ଜିନ ଆରମ୍ଭ କରିବ ଏବଂ ମିଶନ ଅପରେଶନ ଟିମ କ୍ରମାଗତ ଭାବରେ ଏହାକୁ କମାଣ୍ଡ୍ ପଠାଇବେ। ଏହି ସମଗ୍ର ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ ଅପରାହ୍ନ ୫.୨୭ ରୁ ଆରମ୍ଭ ହେବ। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବା ପାଇଁ ସାରା ଦେଶ ଅପେକ୍ଷା କରିଛି ।