ଓଡ଼ିଶା 365 (ବ୍ୟୁରୋ): ଆଜି ସକାଳ ପ୍ରାୟ ୧୦ଟା ସମୟରେ ମିଜୋରାମ୍ର ସାଇରଙ୍ଗ୍ ଅଞ୍ଚଳରେ ତିଆରି ହେଉଥିବା ରେଳ ପୋଲ ଭାଙ୍ଗିପଡ଼ିବାରୁ ୧୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।
ଘଟଣାସ୍ଥଳରେ ୩୫ରୁ ୪୦ ଜଣ ଶ୍ରମିକ କାମ କରୁଥିବା ଆହୁରି କିଛି ଶ୍ରମିକ ଭଗ୍ନସ୍ତୂପରେ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।
ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ , ଏପର୍ଯ୍ୟନ୍ତ ଭଙ୍ଗାପୋଲ ମଧ୍ୟରୁ ୧୭ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଆହୁରି ଅନେକ ଶ୍ରମିକ ନିଖୋଜ ହୋଇଯାଇଛନ୍ତି ।
ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି, ଘଟଣାସ୍ଥଳକୁ ତୁରନ୍ତ ରେଳବାଇ ଅଧିକାରୀମାନେ ଯାଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାକୁ ଯିବେ ।