ଓଡ଼ିଶା 365(ବ୍ୟୁରୋ):ମଣିପୁରରେ ହିଂସା ଘଟି ଏନେକ କ୍ଷୟକ୍ଷତି ହୋଇଛି । କିଏ ନିଜ ପରିବାରକୁ ହରେଇଛି ତ ଆଉ କିଏ ଆତ୍ମୀୟଙ୍କୁ ହରେଇ ଗଭୀର ଶୋକରେ ଅଛି । କୁକୀ ଓ ମୌତିଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାରେ ଦଙ୍ଗାରେ ପରିଣତ ହୋଇ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି । ଏହାରି ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଦଙ୍ଗା ସମୟରେ ମୈତେଇ ସମ୍ପ୍ରଦାୟର ଅନେକ ମନ୍ଦିର ଓ ଧର୍ମସ୍ଥଳୀ ଭଙ୍ଗା ଯାଇଛି । ସେହିପରି ଅନେକ ହିନ୍ଦୁ ମନ୍ଦିରକୁ ମଧ୍ୟ ଭଙ୍ଗା ଯାଇଛି । ଦି ଉମନଗ୍ଲାଇ କାନବା ଅପୁନବା ଲୁପ ନାମକ ଏକ ସଂସ୍ଥା କରିଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ମୈତେଇ ସମ୍ପ୍ରଦାୟର ମୋଟ ୩୯୩ ଟି ଧର୍ମସ୍ଥଳୀକୁ ଓ ୧୬ ଟି ହିନ୍ଦୁ ମନ୍ଦିରକୁ ଧ୍ବଂସ ବିଧ୍ବସଂ କରାଯାଇଛି । ବେଆଇନ ଅନୁପ୍ରବେଶ କରି ମଣିପୁରରେ ପଶିଥିବା କୁକି ଆତଙ୍କବାଦୀ ଲୋକମାନେ ଏଭଳି କରିଥିବା ଜଣାପଡିଛି । ବର୍ତ୍ତମାନ ପୂଜାର୍ଚ୍ଚନା ପାଇଁ ମୈତେଇ ସମ୍ପ୍ରଦାୟ ପାଇଁ କୌଣସି ମନ୍ଦିର ନଥିବା ଜଣାପଡିଛି । ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।