ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଖାଦ୍ୟପେୟ ସଠିକ୍ ନଥିବା କାରଣରୁ ଗ୍ୟାଷ୍ଟ୍ରିକ ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିପାଇଁ ଆପଣ ଅନେକ ସମୟରେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଉଥିବେ, ହେଲେ ଗ୍ୟାଷ୍ଟ୍ରିକ ମସସ୍ୟା ଥରେ ଆରମ୍ଭ ହେଲେ ଏହା ସହଜରେ ଭଲ ହୁଏନି । ବାହାର ଖାଇବା ହିଁ ଗ୍ୟାସର ମୁଖ୍ୟ କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ ହୋଇଥାଏ ।
ଅଧିକାଂଶ ଲୋକ ପପକର୍ଣ୍ଣ ଖାଇବା ବେଶ ପସନ୍ଦ କରନ୍ତି । ବାହାରେ ବୁଲାବୁଲି କରିବା ସମୟରେ ହେଉ କିମ୍ବା ଫିଲ୍ମ ଦେଖିବା ସମୟରେ ସଭିଏଁ ଏହାକୁ ଖାଇଥାନ୍ତି । ହେଲେ ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି,ସେମାନେ ପପକର୍ଣ୍ଣ ଅଧିକ ଖାଇବା ଉଚିତ୍ ନୁହେଁ। ମାସକୁ ଥରେ ମାତ୍ର ଖାଆନ୍ତୁ ଏବଂ ଖାଇସାରିବା ପରେ କିଛି ପରିମାଣରେ ଜିରା ଗୁଣ୍ଡ କିମ୍ବା କଳାଲୁଣ ମିଶାଇ ଖାଆନ୍ତୁ। ଏହାକରିବା ଦ୍ୱାରା ଆପଣଙ୍କ ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦେବନାହିଁ । ସେହିପରି ସାଲାଡ୍ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ମାତ୍ର ଅନେକ ସମୟରେ ସାଲାଡ୍ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଏହା ଗ୍ୟାଷ୍ଟ୍ରିକ୍ର ମୁଖ୍ୟ କାରଣ ହୋଇଥାଏ ।ଏହାକୁ ସିଧାସଳଖ କଞ୍ଚା ନଖାଇ ଅଳ୍ପ ବାମ୍ଫ କିମ୍ବା ହାଲକା ଭାବେ ଉଷୁମ କରି ଖାଆନ୍ତୁ । ଏହାଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ରହିବ ନାହିଁ ।
ଚୁଇଙ୍ଗମ ଗ୍ୟାଷ୍ଟ୍ରିକର ମୁଖ୍ୟ କାରଣ । ଚୁଇଙ୍ଗମ ଖାଇବା ପରେ ମୁଣ୍ଡ ବିନ୍ଧା ସମସ୍ୟା ହୋଇଥାଏ। ଚୁଇଙ୍ଗମ ଖାଇବା ସମୟରେ ଅଧିକ ପବନ ପାଟି ଦ୍ୱାରା ପେଟ ଭିତରକୁ ଯାଇଥାଏ ଏବଂ ପାଚନ ତନ୍ତ୍ର ମଧ୍ୟକୁ ପ୍ରବେଶ କରିଥାଏ। ଯାହାଫଳରେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ। ଏହାସହ ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ସମସ୍ୟା ରହିଛି ସେମାନେ କଞ୍ଚା ପିଆଜ ଅଧିକ ମାତ୍ରାରେ ସେବନ କରନ୍ତୁ ଏବଂ ଗ୍ୟାଷ୍ଟ୍ରିକ୍ ଠାରୁ ଦୂରେଇ ରୁହନ୍ତୁ ।