ଓଡ଼ିଶା 365 (ବ୍ୟୁରୋ): ହିନ୍ଦୁ ଧର୍ମ ଅନୁଯାୟୀ ହିନ୍ଦୁ ଲୋକମାନେ ଇଶ୍ୱର ବିଶ୍ୱାସୀ ହୋଇଥାନ୍ତି । ଯେଉଁଥିପାଇଁ ଆମେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଇଶ୍ୱରଙ୍କୁ ପ୍ରାର୍ଥନା କରିଥାଉ । ସେହିପରି ପୂରାଣ ଶାସ୍ତ୍ରରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହ ଅନେକ ନିୟମ ଜଡିତ ରହିଛି । ଦୈନଦିନ ଜୀବନରେ ଏମିତି ଅନେକ କାମ ରହିଛି ଯାହା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ କରିବା ଉଚିତ୍ ନୁହେଁ । କୁହାଯାଏ ଯେ ଏହି ନିୟମକୁ ଅବମାନନା କରିବା ଦ୍ୱାରା ମାଡ଼ିଆସିଥାଏ ମହାବିପଦ ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଦେବୀ-ଦେବତାଙ୍କ ଭଙ୍ଗା ମୂର୍ତ୍ତି ଘରକୁ ଭୁଲରେ ମଧ୍ୟ ଆଣନ୍ତୁ ନାହିଁ। ଏହା ଅଶୁଭ ଅଟେ । ଭଙ୍ଗା ମୂର୍ତ୍ତି ଘରେ ଥିଲେ ନଦୀରେ ବିସର୍ଜନ କରିଦିଅନ୍ତୁ। ଏହାସହ ସୂର୍ଯ୍ୟାସ୍ତ ପରେ ବନ୍ଦ ଘଣ୍ଟାକୁ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହେବାସହ ଉନ୍ନତି ମାର୍ଗରେ ସମସ୍ୟା ସୃଷ୍ଟି ହୋଇଥାଏ। ଭଙ୍ଗା ଜିନିଷ, ପୁରୁଣା ପୋଷାକ ଆଦିକୁ ଘରେ ରଖନ୍ତୁ ନାହିଁ। ସେହିପରି ସୂର୍ଯ୍ୟାସ୍ତ ପରେ ପୁରୁଣା ଖବର କାଗଜ ଘରକୁ ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହ ସୂର୍ଯ୍ୟାସ୍ତ ପରେ କଣ୍ଟା ଜାତୀୟ ବୃକ୍ଷ ମଧ୍ୟ ଘରକୁ ଆଣନ୍ତୁ ନାହିଁ। ନଚେତ୍ ଘରେ ଆର୍ଥିକ ସମସ୍ୟା ସଦାସର୍ବଦା ଲାଗିରହିବ ।