ଓଡ଼ିଶା 365(ବ୍ୟୁରୋ) : ଜମ୍ମୁ କଶ୍ମିରରେ ପୁଲିସ ଧାରା ୩୭୦ ଚ୍ଛେଦ ହେବା ପରେ ଓ ପୂର୍ବରୁ ହୋଇଥିବା ଅପରାଧୀକ ଘଟଣାର ତଥ୍ୟ ଜାରି କରିଛି । ଯେଉଁଥିରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଧାରା ୩୭୦ ଥିବା ବେଳେ କେମିତି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେଉଥିଲା ତାର ଏକ ତଥ୍ୟ ଦେଇଛି ଜମ୍ମୁ କଶ୍ମିରରେ ପୁଲିସ ।
ଜମ୍ମୁ କଶ୍ମିରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ମାଡ଼ ୯୦ ପ୍ରତିଶତ କମିଛି । ୨୦୧୫ ରୁ ୨୦୧୯ ମଧ୍ୟରେ ୫ ହଜାର ୬୩ ଟି ଘଟଣା ଘଟିଥିଲା । ସେହିପରି ୨୦୧୯ ରୁ ୨୦୨୩ ମଧ୍ୟରେ ମାତ୍ର ୪୩୪ ଟି ଘଟଣା ସାମ୍ନାକୁ ଆସିଛି ବୋଲି ଜମ୍ମୁ କଶ୍ମିର ପୋଲିସ ସୂଚନା ଦେଇଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କ ଗିରଫଦାରି ମଧ୍ୟ ବଢ଼ିଛି । ୨୦୧୫ ରୁ ୨୦୧୯ ୪ ବର୍ଷ ମଧ୍ୟରେ ୪୨୭ ଆତଙ୍କବାଦୀ ଓ ତାଙ୍କ ସହଯୋଗୀ ଗୀରଫ ହୋଇଛନ୍ତି । ସେହିପରି ୨୦୧୯ ରୁ ୨୦୨୩ ମଧ୍ୟରେ ୨ ହଜାର ୩ଶହ ୨୭ ଜଣଙ୍କୁ ଗିରଫ କରାଯାଇଛି ।
୨୦୧୫ ରୁ ୨୦୧୯ ମଧ୍ୟରେ ୩୨୯ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୨୦୧୯ ରୁ ୨୦୨୩ ମଧ୍ୟରେ ୧୪୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ତଥ୍ୟରୁ ଜଣାପଡ଼ିଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀ ସହିଦ ହେବା ସଂଖ୍ୟା ୫୬ ପ୍ରତିଶତ କମିଛି ।
କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ ରେ ଜମ୍ମୁ କଶ୍ମିରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ କଶ୍ମିର ଓ ଲଦାଖ କୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇଛି । ସେହିପରି ଅପରାଧିକ ଘଟଣା କମିଛି