ଓଡ଼ିଶା 365 (ବ୍ୟୁରୋ): ବିଶ୍ବ ଅଭିବୃଦ୍ଧିରେ ଭାରତ ହେବ ଗ୍ରୋଥ୍ ଇଞ୍ଜିନ । ଖୁବ୍ ଶୀଘ୍ର ଆମ ଦେଶର ଅର୍ଥନୀତି ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ । ଜୋହାନ୍ସବର୍ଗରେ ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ପ୍ରାଧାନମନ୍ତ୍ରୀ ମୋଦି ଭାରତ ସମ୍ପର୍କରେ ରଖିଛନ୍ତି ଏଭଳି କିଛି ତଥ୍ୟ । କରୋନା ମହାମାରୀ ସହ ଏକାଧିକ ସମସ୍ୟା ସତ୍ତ୍ୱ ଭାରତ ବିଶ୍ବ ଅର୍ଥନୀତି ଦ୍ରୁତ ଭାବରେ ଉଭା ହେବାରେ ସଫଳ ହୋଇଛି । ଭାରତର ଅଭିବୃଦ୍ଧିରେ ବ୍ରିକ୍ସର ଅବଦାନକୁ ପ୍ରଶଂସା କରିଛନ୍ତି ମୋଦି । ବିଗତ କିଛି ବର୍ଷ ହେବ ଭାରତ ଆର୍ଥିକ କ୍ଷେତ୍ରରେ ବହୁ ସସ୍କାର ଆଣିଛି। ଆଗାମୀ ବର୍ଷରେ ଭାରତ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ହେବ । ଆମେ ବିପର୍ଯ୍ୟୟ ସମୟ ଏବଂ ଅସୁବିଧାକୁ ଅର୍ଥନୈତିକ ସଂସ୍କାରର ସୁଯୋଗରେ ପରିଣତ କରିଛୁ । ସେହିପରି ବିଶ୍ୱର ସର୍ବାଧିକ ସଂଖ୍ୟକ ଡିଜିଟାଲ କାରବାର ହେଉଥିବା ଦେଶ ହେଉଛି ଭାରତ । ୟୁଏଇ, ଫ୍ରାନ୍ସ ଏବଂ ସିଙ୍ଗାପୁର ଭଳି ଦେଶ ଏବେ ଭାରତର ୟୁପିଆଇ ପ୍ଲାଟଫର୍ମ ସହିତ ଜଡିତ ବୋଲି କହିବା ସହ ଆମେ ରେଡ୍ ଟେପ୍କୁ ହଟାଇ ରେଡ୍ କାର୍ପେଟ୍ ବିଛାଉଛୁ ବୋଲି ବ୍ରିକ୍ସ ବିଜନେସ ଫୋରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।