ଓଡ଼ିଶା 365 (ବ୍ୟୁରୋ): ବିଲ୍ଡିଂ ତିଆରି ପାଇଁ ନେବାକୁ ପଡିଥାଏ ଅନୁମତୀ । ହଁ ଆଜ୍ଞା ବିଲ୍ଡିଂ ପ୍ଲାନ ଅନୁମତି ପାଇଁ ଏସଡିଏ (ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି) ରେ ଚାଲୁଥିଲା ସିଣ୍ଡିକେଟ । ମିଛ ଦସ୍ତାବିତ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି । ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ଖେତରାଜପୁର ପୋଲିସ ।
ତିଆରି ହୋଇଥିଲା ନକଲି ରବର ଷ୍ଟାମ୍ପ,କରାଯାଉଥିଲା ନକଲି ଦସ୍ତଖତ, ଆଉ ତିଆରି ହେଉଥିଲା ନକଲି ଦସ୍ତାବିଜ, ଦେଉଥିଲେ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ।
ମୁଖ୍ୟ ଅଭିଯୁକ୍ତ ଏସଡିଏର ଡିଲିଂ ଆସିଷ୍ଟାଣ୍ଟ ଲକ୍ଷ୍ମୀ ନାରାୟଣ ସାମଲ ଓ ବୁଲୁଙ୍କ ସମେତ ୫ଜଣଙ୍କୁ ଗିରଫ କରିବା ସହ ନକଲି ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ । ଖାଲି ସେତି ନୁହେଁ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ୩ କୋଟି ୩୧ ଲକ୍ଷ ୯୬ ହଜାର ୨୨୭ ଟଂକା ସିଜ୍ କରିଛି ପୋଲିସ । ତିନୋଟି ଆକାଉଣ୍ଟରରେ ଏହି ପଇସା ଥିବାବେଳେ ୨ଟି କାର୍, ଗୋଟିଏ ମଟର ସାଇକେଲ, କମ୍ପ୍ୟୁଟର, ଖତିଆନ, ଘର, ପ୍ଲଟ, ଡୁପ୍ଲିକେଟ ରବର ଷ୍ଟାମ୍ପ ଜବତ କରିଛି ପୋଲିସ । ଘଟଣାରେ ଏସଡିଏର ପୂଜକଙ୍କ ଆକାଉଣ୍ଟରେ ପଇସା ନେଣଦେଣ ହେଉଥିବା ବେଳେ ବୁଲୁ ସାମଲ ସାଜିଥିଲା ମାଷ୍ଟର ମାଇଣ୍ଡ । ଘଟଣାରେ ୫୪ ଜଣ ଠକେଇ ହୋଇଥିବା ପୋଲିସ ପ୍ରାଥମକ ତଦନ୍ତରୁ ଜଣାପଡିଛି ।