ଓଡ଼ିଶା 365(ବ୍ୟୁରୋ) :ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି । ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଭାରତ ଗସ୍ତରେ ଆସିବେ ।
ସେ ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ହ୍ବାଇଟ ହାଉସ ସୂଚନା ଦେଇଛି । ଏହି ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦ୍ବିପାକ୍ଷୀକ ଆଲୋଚନା ହେବ । ଦାରିଦ୍ର୍ୟର ମୁକାବିଲା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି ।