ଓଡ଼ିଶା 365(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନର ସଫ୍ଟ ଲ୍ୟାଣ୍ଡିଂ ର ଦୃଶ୍ୟକୁ ଭର୍ଚୁଆଲ ମୋଡ଼ରେ ଦେଖିବେ । ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ସେଠାରେ ଥାଇ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଚନ୍ଦ୍ରୟାନ ଅବତରଣ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଇସ୍ରୋ ସହିତ ସଂଯୋଗ କରିବେ ବୋଲି ସୂଚନା ମିଳିଛି । ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ପାଇଁ ପ୍ରାର୍ଥନା କରାଯାଉଛି। ସାରା ଦେଶ ଏ ମୂହୁର୍ତ୍ତକୁ ଅପେକ୍ଷା କରିଛି । ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟା ପ୍ରାୟ ୬.୪ ସମୟରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।