ଓଡ଼ିଶା 365 (ବ୍ୟୁରୋ): ଛୋଟ ଠୁ ବୟସ୍କ ଚା’ ସମସ୍ତଙ୍କର ପସନ୍ଦ । ଚା’ ଟୋପେ ହୋଇଗଲେ ଦିନଟା ଅତି ଆରମରେ କଟିଯାଏ । ଖାଲି ଚା’ ନୁହେଁ ତା ସାଙ୍ଗରେ ଅନେକ ଲୋକ ରୁଟି ବା ପରଟା ଖାଇଥାନ୍ତି । ଏହା ପାଟିକୁ ସୁଆଦେ ଲାଗିଥାଏ ସତ ହେଲେ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଚା’ ସହ ପରଟା ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସମସ୍ୟା ସୃଷ୍ଟି ହୋଇଥାଏ। ପରଟାରେ ଥିବା ଏକ ପ୍ରକାର ଫ୍ୟାଟ୍ ଶରୀରରେ କୋଲେଷ୍ଟେରୋଲ୍କୁ ବୃଦ୍ଧି କରିଥାଏ। ତେଣୁ ଏହାକୁ ନିୟମିତ ସେବନ କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହାସହ ମଧୁମେହ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ।
ଯଦି ଆପଣ ଜଳଖିଆରେ ନିୟମିତ ଭାବେ ଚା’ ସହ ପରଟା ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଏସିଡିଟି, ବଦହଜମି ଓ ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଚା’ ସହ ପରଟା ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ହୋଇଥାଏ ଏବଂ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହୋଇଥାଏ । ତେଣୁ ପ୍ରତିଦିନ ଚା’ ସହ ପରଟା ଖାଆନ୍ତୁ ନାହିଁ ।