ଓଡ଼ିଶା 365 (ବ୍ୟୁରୋ): ଘର ହେଉ ଅବା ଅଫିସ୍ ପ୍ରତ୍ୟେକ ସ୍ଥାନରେ ପୂଜାଗୃହ ରହିଥାଏ । କାରଣ ଭଗବାନ ଯେଉଁଠି ବାସ କରନ୍ତି ସେଠି ନକରାମô୍ ଶକ୍ତି ପ୍ରବେଶ କରିପାରିିନଥାଏ । ଆପଣ ଯେଉଁଠି ଚାହିିଁଲେ ସେଇଠି ଭଗବାନଙ୍କୁ ରଖି ପାରିବେ ହେଲେ ପୂଜା ଗୃହର ଏକ ପବିତ୍ର କୋଣ ରହିଛି । ପୂଜା ଗୃହକୁ କେଉଁ ସ୍ଥାନରେ ରଖିଲେ ଘରକୁ ଶାନ୍ତି ଆସିବ । ଘର ଧନଜନ,ଗୋପଲକ୍ଷୀରେ ପରିପୂର୍ଣ୍ଣ ରହିବ ସେ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଗୃହକୁ ଉତ୍ତର ପୂର୍ବ ଦିଗରେ ତିଆରି କରନ୍ତୁ। ଏପରି ହେଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ପୂରାଣ ଶାସ୍ତ୍ର ଅନୁଯାୟୀ, ପୁରୁଷ ଯେତେବେଳେ ଧରିତ୍ରୀ ଉପରେ ପଡ଼ିଥିଲେ ତାଙ୍କର ମୁଣ୍ଡ ଉତ୍ତର ପୂର୍ବ ଦିଗରେ ରହିଥିଲା। ଏହି ଦିଗରେ ସୂର୍ୟ୍ୟଙ୍କ କିରଣ ମଧ୍ୟ ଘରର ବାତାବରଣକୁ ସୁଦ୍ଧ ରଖିଥାଏ। ସେଥିପାଇଁ ପୂଜା ଗୃହକୁ ଉତ୍ତର ପୂର୍ବ ଦିଗରେ ତିଆରି କରାଯାଇଥାଏ ।