ଓଡ଼ିଶା 365 (ବ୍ୟୁରୋ): ପୁଅ ହେଉ କି ଝିଅ, ନିଜ ପିଲାର ଜନ୍ମଦିନ ପାଇଁ ପୂର୍ବପ୍ରସ୍ତୁତି କରିଥାନ୍ତି ମା, ବାପା । ନିଜ ପିଲାର ଜନ୍ମଦିନରେ ଅନେକ ଲୋକ ଅନେକ କିଛି କରିଥାନ୍ତି । କିଏ ଭୋଜି ଭାତ କରିଥାନ୍ତିତ ଆଉ କିଏ ଗରିବ, ଭିକାରୀଙ୍କୁ ଦାନକରିଥାନ୍ତି । କିନ୍ତି ଜଣେ ଗରିବ ବାପାଟିଏ ନିଜ ଝିଅ ଜନ୍ମଦିନରେ କିଛି ଏମିତି କରିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଁ ଆଜ୍ଞା, ଆମେ କହୁଛି ଜଣେ ଅଟୋ ଡ୍ରାଇଭର ବାପାଙ୍କ କଥା । ଯାହା ପାଖରେ ବଡ଼ ମନ ଅଛି । ଏହା ଏକ ହାତ ଲେଖା ବିଜ୍ଞାପନ। ଯାହା ଅଟୋ ରିକ୍ସା ପଛରେ ଛପା ଯାଇଛି। ଯାହାକୁ ଲେଖିଛନ୍ତି ଜଣେ ବାପା। ସେ ଜଣେ ଅଟୋଚାଳକ ହୋଇଥିବାରୁ ଏହା ଲେଖି ସେ ନିଜ ଅଟୋ ପଛପଟେ ଲଗାଇଛନ୍ତି। ତେବେ ଏକ ବିଶେଷ ଦିନ ଅବସରରେ ଏହି ବିଜ୍ଞାପନ ଲଗାଯାଇଛି। ଆଉ ସେହି ଖାସ୍ ଦିନଟି ହେଉଛି , ନିଜ ଝିଅ ଅର୍ପିତାଙ୍କ ଜନ୍ମଦିନ।
ବିଜ୍ଞାପନକୁ ପଢ଼ି ସମସ୍ତେ ଏହି ବାପାଙ୍କୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବୋଲି କହୁଛନ୍ତି । ବିଜ୍ଞାପନରେ ବାପା ଲେଖିଛନ୍ତି ଯେ, “ଆଜି ୧୧-୦୮-୨୦୨୩ ହେଉଛି ଆମ ଝିଅ ଅର୍ପିତା ଯାଦବଙ୍କ ଜନ୍ମଦିନ। ଆଜି ଏହି ଖୁସିରେ ମୋର ରିକ୍ସାରେ ଯିଏବି ଯିବେ କୌଣସି ଭଡା ଦେବାକୁ ପଡିବ ନାହିଁ । ଜନ୍ମଦିନର ଅଭିନନ୍ଦନ।” ଏହି ବିଜ୍ଞାପନ ପଢ଼ିବା ପରେ ଲୋକମାନେ ଭାବବିଦ୍ୱଳ ହୋଇପଡ଼ିଛନ୍ତି। ଲୋକମାନେ କହୁଛନ୍ତି, ଏହି ବାପା ହୃଦୟରୁ ଖୁବ୍ ଧନୀ। ଏହା ସହିତ ଲୋକମାନେ ଅର୍ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହି ଫଟୋ ସେଆର ହେବା ପରେ ଏଥିରେ ଅନେକ କମେଣ୍ଟ ଆସିଛି। ଜଣେ ଲେଖିଛନ୍ତି, ଝିଅକୁ ଦୁନିଆର ସବୁ ଖୁସି ମିଳୁ, ଏତିକି ପ୍ରାର୍ଥନା। ଆଉ ଜଣେ,ଲେଖିଛନ୍ତି ଅର୍ପିତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ, ଏତିକି କାମାନା। ଆଉ ଜଣେ ଲେଖିଛନ୍ତି ଜରୁରୀ ନୁହେଁ ଯେ, ଯାହା ପାଖରେ ପଇସା ଅଛି ସେ ହିଁ ଖୁସିରେ ରହିବ, ଖୁସି ପାଇଁ ମନ ବଡ଼ ହେବା ଜରୁରୀ। ଖୁସିରେ ରୁହ ଅର୍ପିତା ଲଭ ୟୁ