ଓଡ଼ିଶା 365(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ଜଣେ ପାକିସ୍ତାନୀ ମହିଳା । କମର ମୋହସିନ ଶେଖ ନାମକ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ । ଏଇଥି ପାଇଁ ସେ ନିଜ ହାତ ତିଆରି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଏହି ପାକିସ୍ତାନୀ ମହିଳା ଜଣଙ୍କ ପ୍ରତିବର୍ଷ ନିଜ ହାତରେ ତିଆରି ରାକ୍ଷୀ ମୋଦିଙ୍କୁ ବାନ୍ଧୁଛନ୍ତି । କମର ମୋହସିନ ଶେଖ ମୋଦିଙ୍କୁ ଦୀର୍ଘ ୨୭ ବର୍ଷରୁ ରାକ୍ଷୀ ବାନ୍ଧି ଆସୁଛନ୍ତି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିବା କମର ମୋହସିନ ଜଣେ ଭାରତୀୟଙ୍କୁ ବିବାହ କରିଥିଲେ । ୧୯୮୬ ମସିହାରେ ପାକିସ୍ତାନ ଛାଡ଼ି ଭାରତ ଆସିଥିଲେ । ତାଙ୍କ ପରିବାରେ କେହି ନଥିବା ଜଣାପଡ଼ିଛି । ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବୀ ସମୟରୁ ରାଖି ବାନ୍ଧି ଆସୁଛନ୍ତି କମର ମୋହସିନ ଶେଖ । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବୀ ସମୟରେ ତାଙ୍କ ସହ ଥରେ ଦେଖା ହୋଇଥିଲେ । ସେବେଠୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି ।