ଓଡ଼ିଶା 365 (ବ୍ୟୁରୋ): ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ସନ୍ତୋଷ ତ୍ରିପାଠୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁରରେ ସନ୍ତୋଷଙ୍କ ଘର। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୨୨-୨୩ ମସିହା ଲାଗି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ରଙ୍କ ଠାରୁ ମାନପତ୍ର ସହ ପୁରସ୍କାର ରାଶି ଗ୍ରହଣ କରିଛନ୍ତି ସନ୍ତୋଷ। ପିଲାଟି ଦିନରୁ ସନ୍ତୋଷ ପ୍ରକୃତି ପ୍ରେମରେ ପଡିଥିଲେ,ପ୍ରଥମେ ନିଜ ଆଖପାଖ ଅଞ୍ଚଳରେ ଗଛଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରିଥିଲେ,ଆଗକୁ ଯିବାକୁ ଜନସାଧାରଣଙ୍କ ପ୍ରଶଂସା ହିଁ ତାଙ୍କୁ ବାଟ କଢାଇଥିଲା। ଗଛଟିଏ ଲଗାନ୍ତୁ ସବୁଜିମା ବଞ୍ଚାନ୍ତୁ, ବିବାହ,ବ୍ରତ,ଜନ୍ମଦିନରେ ଆମେ ଗିପ୍ଟ ବଦଳରେ ଗଛଟିଏ ଉପହାର ଦିଅନ୍ତୁ ବୋଲି କହନ୍ତି ସନ୍ତୋଷ ।
ସନ୍ତୋଷଙ୍କର ଏଭଳି ସଫଳତା ପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ,ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର ଧଳ, ଧାମନଗରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ , ବିଜୁ ଯୁବଜନତା ଦଳ ଭଦ୍ରର ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ନାୟକ,ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ସମାଜସେବୀ ଡାକ୍ତର ସଞ୍ଜୟ କୁମାର ଦାସ, ଧାମନଗର ବିଜୁ ଜନତା ଦଳ ସୋସିଆଲ ମିଡ଼ିଆ କୋଡ଼ିନେଟର ହେଡ଼ ଜ୍ୟୋତିପ୍ରକାଶ ସାମଲ,ଯୁବସମାଜସେବୀ ସଞ୍ଜିତ ବେହେରା,ମୋ ସ୍ଵେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ସାହୁ,ନଳଗୋହିରା ଶିକ୍ଷା ବିକାଶ ମଞ୍ଚର ପ୍ରତିଷ୍ଠାତା କାହ୍ନୁଚରଣ ପରିଡା ପ୍ରମୁଖ ସନ୍ତୋଷ ତ୍ରିପାଠୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।