ଓଡ଼ିଶା 365 (ବ୍ୟୁରୋ): ନର୍ସିଂ ଅଫିସର ନିଯୁକ୍ତିରେ ଲାଗିଥିବା ରୋକ ହଟାଇଲେ ହାଇକୋର୍ଟ। ପୂର୍ବରୁ ନର୍ସିଂ ଅଫିସର ନିଯୁକ୍ତି ଉପରେ ଲଗାଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ଉଚ୍ଚ ଅଦାଲତ । ଏଣିକି ସ୍ୱାଭାବିକ୍ ଚାଲିବ ନର୍ସ, ଫାର୍ମାଷିଷ୍ଟ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ପ୍ରକ୍ରିୟା । ଫଳରେ ସ୍ୱାଭାବିକ ହେବ ୩୦ଟି ଜିଲ୍ଲା ମେଡିକାଲ ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ।
ସୂଚନାଯୋଗ୍ୟ, କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ ନୂଆ ନିଯୁକ୍ତି ପ୍ରକ୍ରିୟା ଉପରେ ପଶ୍ନ ଉଠାଇ ହାଇକୋର୍ଟରେ ଆବେଦନ କରିଥିଲେ । ନୂଆ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି କରିଥିଲେ । ମାମଲାର ବିଚାର ନ ସରିବା ଯାଏଁ ନୂଆ ନିଯୁକ୍ତି ଉପରେ ଗତ ମେ ୧ ତାରିଖରେ ରୋକ ଲଗାଇଥିଲେ ହାଇକୋର୍ଟ । କିନ୍ତୁ ଆଜି ଉକ୍ତ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ରୋକକୁ ହଟାଇ ଦେଇଛନ୍ତି କୋର୍ଟ ।