ଓଡ଼ିଶା 365 (ବ୍ୟୁରୋ): କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଭାରତ ନ୍ୟୁ କାର ଏସେସମେଣ୍ଟ ବା ଏନସିଏପି ପ୍ରୋଗ୍ରାମ ଲଂଚ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ତିଆରି ହୋଇଥିବା ଓ ବିକ୍ରି ହେଉଥିବା କାର ଗୁଡ଼ିକର କ୍ରାସ ଟେଷ୍ଟ କରାଯାଇ ସେଫଟି ରେଟିଂ ଦିଆଯିବ । ଫଳରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରୀ ସୁଦୃଢ କରିହେବ । ଏବେ ପର୍ଯ୍ୟନ୍ତ ଭାରତରେ ଯେତେ ବି ଗାଡ଼ି ତିଆରି ଓ ବିକ୍ରି ହେଉଥିଲା ସେ ସବୁକୁ ବିଦେଶୀ ଗ୍ଲୋବାଲ ଏନସିଏପି ଏଜେନ୍ସି ଦ୍ୱାରା ସେଫଟି ଟେଷ୍ଟିଂ ଦିଆଯାଉଥିଲା । ଟେଷ୍ଟିଂ ପାଇଁ ଗାଡ଼ି ଗୁ଼ଡ଼ିକୁ ବିଦେଶ ପଠାଯାଉଥିଲା । ବର୍ତ୍ତମାନ ଭାରତ ଆତ୍ମନିର୍ଭର ହେବ । ସେଫଟି ଟେଷ୍ଟିଂ ପାଇଁ ଗାଡ଼ି ଗୁ଼ଡ଼ିକୁ ବିଦେଶ ପଠାଇବାକୁ ପଡ଼ିବ ନାହିଁ । ଏବେ ଭାରତର ନିଜସ୍ୱ ଏନସିଏପି ଟେଷ୍ଟିଂ ହେବ ଗାଡ଼ି ଗୁ଼ଡ଼ିକ ଉପରେ ଦେଶୀ ଟେଷ୍ଟିଁ ଦେଖିବାକୁ ମିଳିବ । ତେବେ ଏଭଳି କରିବାରେ ଭାରତ ପଂଚମ ଦେଶ ହେବ । ତେବେ ଏହି କାର୍ଯ୍ୟକ୍ରମ ଅଧିନରେ ଟେଷ୍ଟିଂ ଆସନ୍ତା ଆକ୍ଟୋବର ମାସ ୧ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି ।
ଆସନ୍ତୁ ଜାଣିବା କଣ ପାଇଁ ଭାରତରେ ନିଜସ୍ୱ ଟେଷ୍ଟିଂର ଆବଶ୍ୟକତା ପଡ଼ିଲା । ଜାଣିବା ଭାରତରେ ପ୍ରତିଦିନ ଦୁର୍ଘଟଣାରେ ଯାଉଥିବା ଜୀବନର ସଂଖ୍ୟା ଯାହା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଭାରତରେ ଘଣ୍ଟା ୪୭ ଟି ଦୁର୍ଘଟଣା ଘଟି ୧୮ ଲୋକଙ୍କ ଜୀବନ ଯାଉଛି ।
ପ୍ରତିଦିନ ୧୧୦୦ ଦୁର୍ଘଟଣା ଘଟୁଛି ଏବଂ ଏଥିରେ ୪୦୦ ଲୋକଙ୍କ ଜୀବନ ଯାଉଛି ।
ସେହିପରି ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟି ୧ ଲକ୍ଷ ୫୦ ହଜାର ଲୋକଙ୍କ ଜୀବନ ଯାଉଛି ।
କାର୍ଯ୍ୟକ୍ରମରେ ନିଜ ଭାଷଣରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ।