ଓଡ଼ିଶା 365 (ବ୍ୟୁରୋ): ଦେଶରେ ରହିଛନ୍ତି ଏମିତି ଅନେକ ବ୍ୟବସାୟୀ ଯିଏ ଜିରୋରୁ ବନିଛନ୍ତି ହିରୋ । ଆମେ ଏମିତି ଜଣେ ବ୍ୟବସାୟୀଙ୍କ କଥା କହୁଛୁ ଯିଏ ନିଜ ଅଧାଜୀବନ ଚାକିରୀ କାଳରେ କାଟି ଅବସର ନେଇ ଘରେ ରେଷ୍ଟ ନେବା କଥା ସେତେବେଳେ ସେ ଆରମ୍ଭ କରିଥିଲେ ନିଜର ବିଜନେସ୍ । ନିଜ ସ୍ବପ୍ନ ପୂରଣ କରିବାକୁ ୫୦ ବର୍ଷରେ ଅଣ୍ଟା ଭିଡିଥିଲେ ସେ । ଆଉ ସକ୍ସେସ୍ ବି ହୋଇଛନ୍ତି । ଏବେ ବି ୯୦ ବର୍ଷ ବୟସରେ ସେ ଯାଉଛନ୍ତି ଅଫିସ୍ । ଅନ୍ୟମାନଙ୍କ ପରି ସପ୍ତାହକୁ ୬ ଦିନ ଅଫିସ୍ ଯାଆନ୍ତି । ୧୦ଟାରୁ ୫ଟା ଯାଏଁ କାମ ମଧ୍ୟ କରନ୍ତି । ଚ୍ୟାଲେଞ୍ଜକୁ ପାର୍ କରି ଛିଡା କରିଛନ୍ତି ଏତେ ବଡ ବ୍ୟବସାୟ ସାମ୍ରାଜ୍ୟ । ଏବେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ହଁ ଆଜ୍ଞା ଆମେ କହୁଛୁ ଡକ୍ଟର ପ୍ରତାପ ସି ରେଡ୍ଡୀଙ୍କ ବିଷୟରେ । ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସର ଏମ୍ଡି । ଦେଶର ସବୁଠାରୁ ପ୍ରେରଣାଦାୟକ ବ୍ୟବସାୟୀଙ୍କ ମଧ୍ୟରେ ସେ ଜଣେ । ଏ ନାଁକୁ ସାରା ବିଶ୍ବରେ କିଏ ବା ନଜାଣେ ।
ପ୍ରତାପ ରେଡ୍ଡୀ ଯେତିକି ପରିଶ୍ରମ କରିଛନ୍ତି କି ଦେଶରେ ତାଙ୍କ ହସ୍ପିଟାଲ୍ର ନାଁ ବିଶ୍ବରେ ପରିଚିତ ମଧ୍ୟ କରାଛନ୍ତି । ସେ ବ୍ୟବସାୟ ସେତେବେଳେ ଆରମ୍ଭ କରିଥିଲେ ଯେତେବେଳେ ଅଧିକାଂଶ ଲୋକ ଅବସର ଖୋଜିବା ଆରମ୍ଭ କରନ୍ତି ।
ବ୍ୟବସାୟ ଆରମ୍ଭ କରିବାର ୪୦ ବର୍ଷ ପରେ ବି ଆଜି ସେ ସପ୍ତାହକୁ ୬ ଦିନ ଅଫିସ୍ ଯାଆନ୍ତି । ଆଉ ୯୦ ବର୍ଷ ବୟସରେ ୮ଘଣ୍ଟାରୁ ଅଧିକ ସମୟ ଅଫିସ୍ରେ କାମ କରନ୍ତି ।ହୃଦରୋଗ ବିଶେଷଜ୍ଞ ପ୍ରତାପ ସି ରେଡ୍ଡୀ ୧୯୭୦ରେ ଆମେରିକାରୁ ଫେରି ୧୯୮୩ରେ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠା କରିଥିଲେ ।
ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଆପୋଲୋ ହସ୍ପିଟାଲରେ ତାଙ୍କ ପରିବାରର ପ୍ରାୟ ୨୮ ପ୍ରତିଶତ ଅଂଶଧନ ଅଛି । ତାଙ୍କର ନିଟ୍ ମୂଲ୍ୟ ୧୮ହଜାର କୋଟିରୁ ଅଧିକ । ପ୍ରତାପ ସି ରେଡ୍ଡୀଙ୍କ ଏହି ସ୍ୱାସ୍ଥ୍ୟ ସେବା ବ୍ୟବସାୟ ଉଦ୍ୟୋଗକୁ ତାଙ୍କର ୪ ଝିଅ- ପ୍ରୀତା ରେଡ୍ଡୀ, ସୁନୀତା ରେଡ୍ଡୀ, ଶୋଭାନା କାମିନେନି ଏବଂ ସଙ୍ଗିତା ରେଡ୍ଡୀ ପରିଚାଳନା କରୁଛନ୍ତି । ବାସ୍ତବରେ ଡକ୍ଟର ପ୍ରତାପ ସି ରେଡ୍ଡୀ ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା ।