ଓଡ଼ିଶା 365 (ବ୍ୟୁରୋ): ବିଶ୍ୱରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ଇତିହାସ ପୃଷ୍ଠାରେ ମଧ୍ୟ ସ୍ଥାନ ପାଇଛି । ଏହାକୁ ଦେଖିବାକୁ ପର୍ୟ୍ୟଟକଙ୍କ ଭିଡ଼ ମଧ୍ୟ ଜମିଥାଏ । ଆମେ ଆଜି ଏମିତି ଏକ ସ୍ଥାନର ନାଁ କହିବୁ ଯାହା ଶୁଣିଲେ ଆପଣଙ୍କ ରୋମମୂଳ ଟାଙ୍କୁରି ଉଠିବ । ନିକଟରେ ‘ଦ ଅନେକ୍ସପେଲଣ୍ଡ’ ନାମକ ଟୁଇଟର ହ୍ୟାଣ୍ଡେଲ ଏହି ଅଦ୍ଭୁତ ଗୁମ୍ଫାର କିଛି ଫଟୋ ସେୟାର କରାଯାଇଛି। ଯାହାକୁ ପ୍ରଥମେ ଦେଖିଲେ ଏକ ବିଶାଳ ଅଜଗର ସାପ ଥିବା ଭଳି ଲାଗୁଛି। ଏହି ଗୁମ୍ଫାର ଚଟାଣ ମଧ୍ୟ ଦେଖିବାକୁ ସାପ ଶରୀର ପରି ।ସୂଚନାମୁତାବକ, ଏହି ଗୁମ୍ଫା ଥାଇଲ୍ୟାଣ୍ଡର ପୂର୍ବଉତ୍ତରରେ ଥିବା ବୁଏଙ୍ଗା କାନ ନାମକ ଅଞ୍ଚଳରେ ଅବସ୍ଥିତ। ଏହି ଗୁମ୍ଫା ନାଗ ଗୁମ୍ଫା ନାମରେ ପରିଚିତ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।