ଓଡ଼ିଶା 365 (ବ୍ୟୁରୋ):ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ଅବସ୍ଥା ସଙ୍କଟାପନ୍ନ ହୋଇଛି । ମଝି ଆକାଶରେ ହଠାତ୍ ଅସୁସ୍ଥ ଅନୁଭବ ହେବା ପରେ ଯାତ୍ରୀ ଜଣଙ୍କ ପ୍ରବଳ ବାନ୍ତି କରିଥିଲେ । ଏହାପରେ ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନକୁ ଜରୁରୀକାଳୀନ ଅବତରଣ କରିଯାଇଥିଲା। ଏହାପରେ ସରକାରୀ ମେଡିକାଲ କଲେରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।