ଓଡ଼ିଶା 365 (ବ୍ୟୁରୋ): ସ୍ୱାସ୍ଥ୍ୟ ହିଁ ସମ୍ପଦ । ହେଲେ ବର୍ତ୍ତମାନ ସମୟର ଖାଦ୍ୟଶୈଳୀ ଆପଣଙ୍କ ଜୀବନ ଉପରେ ଅନେକ କୁପ୍ରଭାବ ପକାଇଥାଏ । ସମସ୍ତେ ଜାଣନ୍ତି ଯେ, ଶରୀରର ଏକ ମୁଖ୍ୟ ଅଂଶ ହେଉଛି କିଡନୀ । ଆପଣ ଜାଣନ୍ତି କି , ଖାଦ୍ୟଶୈଳୀର କୁପ୍ରଭାବ ବିଶେଷ କରି କିଡନୀ ଉପରେ ପଡ଼ିଥାଏ । ଯେଉଁଥିପାଇଁ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
କିଡନୀ ରୋଗର କାରଣ ଓ ନିରାକରଣ :
ପରିସ୍ରା ଲାଗିବା ସମୟରେ ପରିସ୍ରା ନଗଲେ ପରିସ୍ରାରେ ଥିବା ବିଷାକ୍ତ ଦ୍ରବ୍ୟ ଆମ କିଡନୀକୁ ଖରାପ କରିଥାଏ । ତେଣୁ ପରିସ୍ରା ଲାଗିବା ସମୟରେ ବିଳମ୍ଭ ନକରି ପରିସ୍ରା କରନ୍ତୁ । ସେହିପରି ସଠିକ ପରିମାଣରେ ପାଣି ନ ପିଇବା ଦ୍ୱାରା ମଧ୍ୟ କିଡନୀ ଖରାପ ହୋଇଥାଏ । ତେଣୁ ଦିନକୁ ୨/୩ ଲିଟର ପାଣି ପିଇବା ଆବଶ୍ୟକ । ଏହାସହ ଖାଦ୍ୟରେ ଅଧିକ ପରିମାଣରେ ଲୁଣ ମଧ୍ୟ କିଡନୀ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ । ତେଣୁ ଯଥା ସମ୍ଭବ ଖାଦ୍ୟରେ ଲୁଣର ପରିମାଣ କମ୍ କରନ୍ତୁ ଏବଂ କିଡନୀ ରୋଗ ଠାରୁ ଦୂରେଇ ରୁହନ୍ତୁ । ଏହାସହ ଅଲକହଲ ବା ମଦ, ତମାଖୁ, ସିଗାରେଟ୍ ଅଧିକ ମାତ୍ରାରେ ସେବନ କରିବା କିଡନୀ ଖରାପ ହେବାର ଆଉ ଏକ ମୁଖ୍ୟ କାରଣ । ତେଣୁ ଏସବୁ ବଦଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଖାଲିଏତିକି ନୁହେଁ ରାତିରେ ନିର୍ଦ୍ଧାରିତ ସମୟରୁ କମ୍ ସମୟ ଶୋଇଲେ ମଧ୍ୟ କିଡନୀ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେଣୁ ପ୍ରତିଦିନ ରାତିରେ ୬/୮ ଘଣ୍ଟା ଶୁଅନ୍ତୁ ଓ ସୁସ୍ଥ ରୁହନ୍ତୁ ।