ଓଡ଼ିଶା 365 (ବ୍ୟୁରୋ): ବଦଳିପାରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିର ତାରିଖ । ଚନ୍ଦ୍ରଯାନ-୩ ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ନିର୍ଦ୍ଧାରିଚତ ହୋଇଛି । କିନ୍ତୁ ପ୍ରତିକୂଳ ପରିସ୍ଥିତି ଉପୁଜେ ତେବେ ଆସନ୍ତାକାଲି ବଦଳରେ ୨୭ରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏନେଇ ଆଜି ଇସ୍ରୋର ପକ୍ଷରୁ ସୂଚନା ମିଳିଛି। ଇସ୍ରୋ ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇଙ୍କ ସୂଚନା ଅନୁସାରେ, ଯଦି ଚନ୍ଦ୍ରରେ ସ୍ଥିତି ଅନୁକୂଳ ନଥାଏ,ତେବେ ଲ୍ୟାଣ୍ଡି ତାରିଖ ଘୁଞ୍ଚାଯାଇପାରେ । ତେବେ ଆସନ୍ତାକାଲି ନିଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳା ଯାଇପାରେ। । ଯଦି ସବୁ ଠିକ୍ ରହେ,ତେବେ ନିର୍ଦ୍ଧାରିତ ସମୟରେ କାଲି ଲ୍ୟାଣ୍ଡିଂ କରାଯିବ । ଅବତରଣ ବେଳେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬୮ କିମି ରହିବ। ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି କୌଣସି ସମସ୍ୟା ଦେଖାଯାଏ, ଚନ୍ଦ୍ରଯାନ-୩ର ଅବତରଣକୁ ସ୍ଥଗିତ କରାଯାଇପାରେ।