ଓଡ଼ିଶା 365 (ବ୍ୟୁରୋ): ଆଜିରଆଧୁନିକଯୁଗରେସତେଯେମିତିମୋବାଇଲବିନାବଞ୍ଚିବାକଷ୍ଟକରହୋଇପଡିଛି।ଯାହାରଅଧିକପ୍ରଭାବଛୋଟପିଲାଙ୍କଉପରେପଡିଛି।ଯାହା ଖାସକରିକୋରୋନା
ପରେ ଅନ୍ଲାଇନ୍କ୍ଲାସ୍ କାରଣରୁ ଛୋଟ ପିଲାମାନେ
ସ୍ମାର୍ଟଫୋନ ଏବଂ ଟାବଲେଟକୁ ବହୁଳ ବ୍ୟବାହର କରୁଛନ୍ତି ।ଆଜିକା
ସମୟରେ ପିତାମାତା ପ୍ରତ୍ୟେକ କାର୍ଯ୍ୟରେ ସ୍ମାର୍ଟଫୋନ ଉପରେନିର୍ଭରଶୀଳ
। ଏହି ଅଭ୍ୟାସ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ସ୍ବାସ୍ଥ୍ୟବିଶେଷଜ୍ଞ ଚେତାବନୀ ଦେଉଥିବା ବେଳେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ବିଶ୍ବରେ ୪୩ପ୍ରତିଶତ ପିତାମାତାଙ୍କୁ ସ୍ମାର୍ଟଫୋନ
ଆବିଷ୍କାର ନହେବା ପୂର୍ବରୁ ଛୁଆଙ୍କୁ କିଭଳି ଲାଳନପାଳନକରୁଥିଲେ
ସେ ବିଷୟରେ କୌଣସି ଧାରଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଫୋନ୍କମ୍ପାନୀ ଥ୍ରୀ ୟୁକେ ସହଯୋଗରେ ୱାନ୍ ପୋଲ୍ ଡଟ୍ କମ୍ ଦ୍ୱାରା କରାଯାଇଥିବା ଅଧ୍ୟୟନ
ଅନୁଯାୟୀ, ପିତାମାତାମାନେ ନିଜ ପିଲାମାନଙ୍କୁ
ବଢାଇବା ସମୟରେ ଅଧିକସ୍ମାର୍ଟଫୋନ ଉପରେ ନିର୍ଭର କରନ୍ତୁ
ବୋଲି କୁହାଯାଇଛି ।ଏହି ଅଧ୍ୟୟନରେ ୬ ବର୍ଷରୁ କମ୍ ବୟସରପିଲାମାନଙ୍କ
ସହିତ ୧୦୦୦ ଅଂଶଗ୍ରହଣକାରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା।
ଛୋଟଛୁଆଙ୍କ ପାଇଁସ୍ମାର୍ଟଫୋନର ଆବଶ୍ୟକତା ରହିଥିବା ନେଇ ୬୧ପ୍ରତିଶତ
ପିତାମାତା କହିଛନ୍ତି। ଏହାର ଅର୍ଥସ୍ମାର୍ଟଫୋନକୁ ସେମାନେ ଏକ
ଉପକରଣ ଭାବେ ବିବେଚନା କରନ୍ତି। ୭୭ପ୍ରତିଶତ
ଲୋକ ଶିଶୁଙ୍କପରାମର୍ଶ ଖୋଜିବା ପାଇଁ ସପ୍ତାହରେ ୭୭ଥର ଫୋନ୍ ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି।ଏକ
ରିପୋର୍ଟରୁ ଜଣାପଡିଛି ଯେ ମା ଏବଂ ପିତାମାନେ ନିଜ ପିଲାମାନଙ୍କ ପାଇଁ ସପିଂ କରିବାପାଇଁ ନିୟମିତ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି।ତେବେ ଏନେଇ ଥ୍ରୀ ୟୁକେ ମାର୍କେଟିଂ ନିର୍ଦ୍ଦେଶକଆଇସଲିନ୍ ଓ କନୋର କହିଛନ୍ତି,”ଆମେ
ଜାଣୁ ମଣିଷ ଜୀବନରେ ଫୋନ ଗୁରୁତ୍ବପୂର୍ଣ୍ଣଭୂମିକା
ଗ୍ରହଣ କରିଥାଏ । ତେବେ ଛୁଆ ହେବା ପରେ ଏହାର ଭୂମିକା ଆହୁରି ଅଧିକ ହୋଇଥାଏ ବୋଲି ଏକରିସର୍ଚ୍ଚରୁ ଜଣାପଡିଛି । ଫୋନ୍ ପରିବାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ହୋଇଥାଏ ।ଦୈନନ୍ଦିନ ଜୀବନରେ ଫୋନ୍ ମନୋରଞ୍ଜନର ମାଧ୍ୟମ, ଡାକ୍ତର
ଏବଂ ଆହୁରି ଅନେକଭୂମିକା ଗ୍ରହଣ କରିଥାଏ । ସ୍ମାର୍ଟଫୋନର
ବ୍ୟାପକ ବ୍ୟବହାରଦ୍ୱାରା ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି
ଘଟିଛି । ଫୋନ୍ ବ୍ୟବହାର ବୃଦ୍ଧି ହେତୁ ପ୍ରାୟ ୩୪% ପିତାମାତା
ସେମାନଙ୍କ ଡାଟା ଆଡ୍ଅନ କରୁଥିବା ରିପୋର୍ଟ କରିଛନ୍ତି । ହାରାହାରି ମାସିକ ଡାଟା ୫ଗିଗାବାଇଟରୁ ଅଧିକ ରହିଛି।
ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ ବା ଗୀତ କାର୍ଟୁନ
ଦେଖାଇବାପାଇଁ ଅଧିକ ନେଟ ବ୍ୟବହାର କରୁଥିବା
ଦର୍ଶାଯାଇଛି ।ଅଧ୍ୟୟନ ଅନୁଯାୟୀ, ପିଲାମାନଙ୍କ
ପାଇଁ ଷ୍ଟ୍ରିମିଂ ଏବଂ ଡାଉନ୍ଲୋଡରେ ଅଧିକ ଡାଟାଖର୍ଚ୍ଚ
ହେଉଛି । ସପ୍ତାହରେ ହାରାହାରି ୧୨ଘଣ୍ଟା ଏହା କାର୍ଯ୍ୟକଳାପ
ପାଇଁ ବ୍ୟବହାର କରୁଛନ୍ତି ଅଭିଭାବକ । ଖାଲି ସେତିକି ନୁହେଁ
ରିପୋର୍ଟ ମୁତାବକ ଯଦି ସ୍ମାର୍ଟ ଫୋନର ବ୍ୟବହାର ଏହିପରିମାଣରେ ପିଲାମାନେ କରିବେ, ତେବେ
କିଛିଦିନ ପରେ ଶରୀର ପ୍ରତି ବହୁ କ୍ଷତିକାରକ ହେବ ଏହି ସ୍ମାର୍ଟଫୋନ୍ । ଡାକ୍ତରଙ୍କ କହିବା
ଅନୁସାରେ ପିଲାଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ସହିତ ହାର୍ଟ ଜନିତ ସମସ୍ୟା ଦେଖା
ଦେବ । ତେବେ ଯଦି ମହିଳା ଗର୍ଭବତୀ ହୋଇଥିବେ ଏବଂ ମୋବାଇଲ ବ୍ୟବହାର କରୁଥିବେ ତେବେ ଶୁଶୁଟି
ଭିନ୍ନକ୍ଷମ ହୋଇ ଜନ୍ମହୋଇଥାଏ ।ତେଣୁ
ସ୍ମାର୍ଟଫୋନର ବ୍ୟବହାର ଆବଶ୍ୟକ ବ୍ୟତିତ ଯେତେ ପାରିବେ ଦୂରେଇ ରଖିବେ ଓ ବଳକା ସମୟ ଗୁଡିକ ନିଜ
ପରିବାର ଓ ପିଲାଙ୍କୁ ଦିଅନ୍ତୁ ।