ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ହୋଇଗଲାଣି । କ’ଣ ଆପଣଙ୍କ କ୍ଷେତ୍ରରେ ବି ଏମିତି ସମସ୍ୟା ଦେଖାଦେଉଛି କି ? ଏସବୁର ମୁଖ୍ୟ କାରଣ ହେଉଛି ଖାଦ୍ୟଶୈଳୀ ।
ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ଲୋକ ଶୋଇବାର କିଛି ସମୟ ପୂର୍ବରୁ ରାତ୍ରି ଭୋଜନ କରିଥାଆନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଶୋଇବାର ୨-୧ ଘଣ୍ଟା ପୂର୍ବରୁ ଭୋଜନ କରିବା ଆବଶ୍ୟକ। ନଚେତ୍ ଏହି ବଦଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ଯେଉଁଠି ପାଇଁ ଆପଣଙ୍କୁ ରାତିରେ ଶୀଘ୍ର ନିଦ ହୋଇନଥାଏ । ଏହାସହ ଅନେକ ଲୋକ ଶୋଇବା ପୂର୍ବରୁ ଚା’ କିମ୍ବା କଫି ସେବନ କରନ୍ତି ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ରାତିର ନିଦକୁ ଭଙ୍ଗ କରିଥାଏ ।
ଚା’ କିମ୍ବା କଫିରେ ଥିବା କାଫେନ ନିଦରେ ପ୍ରଭାବ ପକାଇଥାଏ। ଏହାସହ ଆଇସକ୍ରିମ, ମିଠା ଓ ଚକୋଳେଟ୍ରେ ମଧ୍ୟ କାଫେନ୍ ରହିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ଏସବୁ ଖାଦ୍ୟଠାରୁ ଦୂରେଇରୁହନ୍ତୁ । ଏହାସହ ଫଳ ରସ, କଞ୍ଚା ପିଆଜ, ଟମାଟୋ ଚଟଣି ଆଦି ଖାଦ୍ୟକୁ ରାତିରେ ସେବନ କରନ୍ତୁ ନାହିଁ ।
ଏହାସହ ଅଧିକ ଭୋଜନ ଗ୍ର୍ରହଣ କରିବା ମଧ୍ୟ ରାତିରେ ନିଦ ନହେବାର ଏକ ପ୍ରମୁଖ କାରଣ । ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ। ଏହି କାରଣ ପାଇଁ ରାତିରେ ଛଣାଛଣି, ବର୍ଗର, ଚିପ୍ସ ଆଦି ଜିନିଷ ଖାଇବା ଉଚିତ୍ ନୁହେଁ । ଖାଲି ଏତିକିି ନୁହେଁ ରାତିରେ ତରଭୂଜ, କାକୁଡି ଆଦି ଖାଆନ୍ତୁ ନାହିଁ। ଅଧିକ ପରିମାଣରେ ପାଣି ମଧ୍ୟ ପିଅନ୍ତୁ ନାହିଁ । ରାତିରେ ଶୋଇବା ପୂର୍ବରୁ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ଏବଂ ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଆନ୍ତୁ । ଯାହାଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ହେବାସହ ଶରୀର ମଧ୍ୟ ସୁସ୍ଥ ରହିବ ।