ଓଡ଼ିଶା 365 (ବ୍ୟୁରୋ): ଅଭିନେତା ତଥା ରାଜନେତା ସନ୍ନି ଦେଓଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ତାଙ୍କ ଫିଲ୍ମ ଗଦର-୨କୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ସନି ଦେଓଲ କେବଳ ଜଣେ ବଲିଉଡ୍ ସୁପରଷ୍ଟାର୍ ନୁହଁନ୍ତି। ସେ ଜଣେ ସାଂସଦ ମଧ୍ୟ। ସେ ଏବେ ପଞ୍ଜାବ ଗୁରୁଦାସପୁର ସାଂସଦ ଅଛନ୍ତି । କିନ୍ତୁ ଆସନ୍ତା ନିର୍ବାଚନରେ ସନି ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଏକ ସାକ୍ଷାରକାରରେ କହିବା ପରେ ଚର୍ଚ୍ଚା ଜୋର ଧରିଛି । ସନି ଦେଓଲ ଏକ ଟିଭି ଇଂଟରବ୍ୟୁରେ କହିଛନ୍ତି, ଆସନ୍ତା ୨୦୨୪ ନିର୍ବାଚନ ଲଢିବେ ନାହିଁ । ସେ କହିଛନ୍ତି, ସାଂସଦ ପଦ ପାଇଁ ମୁଁ ଆଉ ପ୍ରାର୍ଥୀ ହେବିନି । ଅଭିନୟ ହିଁ ମୋ ପାଇଁ ନିର୍ବାଚନ । ଏକା ସାଙ୍ଗରେ ରାଜନୀତିରେ ରହି ଦେଶ ସେବା କରିବା ଏବଂ ଫିଲ୍ମ କରିବା ଏକ ପ୍ରକାର ଅସମ୍ଭବ। ମତେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢିବାର ନାହିଁ ।