ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ମଶା କାମୁଡା ଏକ ସାଧାରଣ କଥା ପାଲଟିଛି । ବର୍ଷାଦିନେ ତ ମଶାମାନଙ୍କ ପାଦୃଭାବ ଅଧିକ ହୋଇଥାଏ । ଟିକିଏ ପାଣି ଜମିଗଲେ ମଶାଙ୍କ ବଂଶ ବୃଦ୍ଧି ହୋଇଥାଏ । ଯାହାଫଳରେ ଘରେ ବିନା ମଶାରୀରେ ଶୋଇବା କଷ୍ଟକର ହୋଇପଡ଼େ । କ’ଣ ଆପଣଙ୍କ କ୍ଷେତ୍ରରେ ବି ଏମିତି ହୋଇଛି କି ? ଆପଣ ଏକାଠି ବାପା, ମା ,ଭାଈ ଓ ଭଉଣୀ ମିଶିକି ଶୋଇଥିବେ । ହେଲେ ସମସ୍ତଙ୍କ ଅପେକ୍ଷା ଆପଣଙ୍କୁ ଅଧିକ ମଶା କାମୁଡ଼ିଥିବେ । କେବେ ଭାବିଛନ୍ତି କି କାହିଁକି ଏମିତି ହୋଇଥାଏ ? କ’ଣ ରହିଛି ଏହା ପଛରେ ରହସ୍ୟ? ଆସନ୍ତୁ ଜାଣିବା….
- ବୈଜ୍ଞାନିକଙ୍କ ମତରେ କେତେ ଜଣଙ୍କୁ ମଶା ଅଧିକ କାମୁଡ଼ିଥିବାବେଳେ ଆଉ କେତେଜଣଙ୍କୁ କମ୍ କାମୁଡ଼ିଥାଏ । ଏମିତିକି କେତେଜଣଙ୍କୁ ମଶା ଆଦୌ କାମୁଡ଼ିନଥାନ୍ତି । ତେବେ ଏ ସମ୍ପର୍କରେ ଏକ ଗବେଷଣା ତଥ୍ୟ ସାମନାକୁ ଆସିଛି ।ଏଥିରେ ଦର୍ଶାଯାଇଛି ଯେ, ‘ଓ’ ବ୍ଲଡ୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାନ୍ତି ।ମଶା ଲୋକଙ୍କର ଶରୀର ବାସ୍ନାକୁ ମନେ ରଖିପାରନ୍ତି। ତେଣୁ ମଶା ଥରେ ଯାହାକୁ କାମୁଡ଼ିଥିବ ସେହି ବ୍ୟକ୍ତିଙ୍କ ପାଖକୁ ବାରମ୍ବାର ଆସିଥାଏ । ‘ଓ’ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କ ବାସ୍ନା ସେମାନଙ୍କ ସ୍ମୃତିରେ ଅଧିକ ଭାବରେ ରହିଥାଏ ।କାରଣ ଏହି ବ୍ଲଡ୍ ଗ୍ରୁପ୍ର ବ୍ୟକ୍ତିଙ୍କ ରକ୍ତରେ ବିପୁଳ ମାତ୍ରାରେ ଶର୍କରା ପରିମାଣ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ଥାଏ। ସେହିପରି ‘ଏ’ ତଥା ‘ବି’ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କୁ ମଶା ଖୁବ୍ କମ୍ କାମୁଡ଼ନ୍ତି ।