ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ଜାଣିଥିବେ ଆଜିକାଲି ପିଲାଙ୍କର ଖାଇବାପିଇବାକୁ ନେଇ କେତେ କଣ ସମସ୍ୟା । ଏଇଟା ନାଇ ସେଇଟା, ଏମିତିନାଇ ସେମିତି ଖାଇବି ଏଇସବୁ ଭିତରେ ପିଲାର ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇଥାଏ । କାରଣ ଆପଣ ମାନେ ଦେଖିଥିବେ ପିଲାମାନଙ୍କୁ ସୁସ୍ଥ ତଥା ହେଲଦି ଖାଦ୍ୟ ଆଦୌ ପସନ୍ଦ କରନ୍ତି ନାହିଁ। ସେମାନେ ସବୁବେଳେ ଘରେ ତିଆରି ଖାଇବା ଠାରୁ ଦୂରେଇ ଯାଆନ୍ତି। ଏଭଳି ପରିସ୍ଥିତିରେ ମା,ବାପା ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଯଦି ଆପଣଙ୍କ ପିଲା ସୁସ୍ଥ ଖାଦ୍ୟ ଖାଉ ନାହାଁନ୍ତି। ତେବେ ସେ କିପରି ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଖାଇବେ ଏହା ସବୁ ମା ମାନଙ୍କର ଚିନ୍ତାର କାରଣ ? ପ୍ରାୟତ ଆମେ ଦେଖୁ ଯେ ପିଲାମାନେ ଖୁବ୍ ଶୀଘ୍ର ଜଙ୍କ ଫୁଡ୍ ପ୍ରତି ଆକର୍ଷିତ ହୁଅନ୍ତି ।
ପିଲାମାନଙ୍କ ଖାଦ୍ୟରେ ଫାଷ୍ଟଫୁଡ୍ ବେଳେବେଳେ ବ୍ୟବହୃତ ହେବା ଉଚିତ । ପିଲା ଯେତେ କମ୍ ଫାଷ୍ଟଫୁଡ୍ ଖାଇବ, ସେତେ ଘର ଖାଦ୍ୟ ପ୍ରତି ଆକର୍ଷିତ ହେବ। ଆସନ୍ତୁ ଜାଣିବା କିପରି ପିଲାମାନଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ଦିଆଯାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଖାଦ୍ୟକୁ ଆକର୍ଷଣୀୟ କରନ୍ତୁ ପନିପରିବା ଏବଂ ବିଭିନ୍ନ ରଙ୍ଗ ଏବଂ ଆକାରର ଫଳଗୁଡିକ ଖାଦ୍ୟ ପ୍ଲେଟରେ ରଖନ୍ତୁ, ଏହା ପରେ ଆପଣ ଖାଦ୍ୟକୁ ମଜାଳିଆ ଏବଂ ଆକର୍ଷଣୀୟ ଆକାରରେ ପରିବେଷଣ କରନ୍ତୁ । ଖାଲି ସେତକି ନୁହେଁ ପିଲାଙ୍କ ସହ ମିଶି ଏକାଠି ଖାଆନ୍ତୁ ।ଯେତେବେଳେ ଆପଣ ନିଜ ପିଲାଙ୍କ ସହିତ ବସି ଖାଇବେ ସେ ମଧ୍ୟ ଖାଇବାକୁ ଉତ୍ସାହିତ ହେବେ । ତେବେ ପିଲାମାନେ ମଧ୍ୟ ସମାନ ଜିନିଷ ଖାଇବାକୁ ଇଚ୍ଛା କରିଥାନ୍ତି ନାହିଁ ପିଲାମାନେ ।
ଯଦି ଆପଣଙ୍କ ପିଲା ଏକ ନିର୍ଦ୍ଦିଷ୍ଟ ପନିପରିବା କିମ୍ବା ଫଳ ଖାଉ ନାହାଁନ୍ତି । ତେବେ ଏହାକୁ ବାରମ୍ବାର ତିଆରି ନକରି କିଛି ନୂଆ ତିଆରି କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ । କାହିଁକି ନା ଅନେକ ସମୟରେ ପିଲାମାନେ ଏହାକୁ ଅନେକ ଥର ଦେଖିବା ଏବଂ ସ୍ୱାଦ ଚାଖିବା ପରେ କିଛି ନୂଆ ପସନ୍ଦ କରନ୍ତି । ଆଉ ଯଦି କେବେ ପିଲାଙ୍କୁ ଆପଣ ରୋଷେଇ ସମୟରେ ଫାଙ୍କା ଅଛନ୍ତି ତେବେ ପିଲାଙ୍କ ସହିତ ଖାଦ୍ୟ ରାନ୍ଧନ୍ତୁ । ରୋଷେଇ କରିବା ସମୟରେ ଆପଣ ପିଲାଟିକୁ ଆପଣଙ୍କ ପାଖରେ ରଖିପାରିବେ । ସେ ତୁମ ସହିତ ରୋଷେଇ କରିବାରେ ସାହାଯ୍ୟ କରିବେ ।
ଯେତେବେଳେ ସେମାନେ ନିଜେ ଆପଣଙ୍କ ସହିତ ଖାଦ୍ୟ ରାନ୍ଧନ୍ତି, ସେମାନେ ଅଧିକ ଖାଇବାକୁ ଇଚ୍ଛା କରିଥାନ୍ତି। ଖାଲି ସେତିକି ନୁହେଁ ପିଲାଙ୍କ ସହିତ ରୋଷେଇ କଲାବେଳେ ରେଷେଇ କରୁଥିବା ପନିପରିବାର ସ୍ୱାସ୍ଥ୍ୟ ପ୍ରତି ଉପକାରିତା ଉପରେ ଜ୍ଞାନ ଦିଅନ୍ତୁ । ନିଜ ପିଲାଙ୍କ ପାଇଁ ଏକ ସବୁଦିନ ଖାଦ୍ୟରେ କଣ ଖାଇବେ ଏନେଇ ଏକ ରୁଟିନ ପ୍ରସ୍ତୁତ କରନ୍ତୁ । ନିୟମିତ ସମୟରେ ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ପିଲାମାନଙ୍କୁ ବାହାରର ସ୍ନାକ୍ସ ଦେବା ପୂର୍ବରୁ ଏକ ସୁସ୍ଥ ଖାଦ୍ୟ ବା ଘରୋଇ ଖାଇବା ଦିଅନ୍ତୁ, ଯାହାଫଳରେ ଯେପରି ପିଲାଙ୍କ ପେଟ ଫୁଲ ରହିବ। ଏଥପାଇଁ ସେମାନେ କମ୍ ଜଙ୍କ ଫୁଡ୍ ଖାଇବେ ।ଏହିପରି ଲଗାତାର ମାତ୍ର କିଛିଦିନ କରନ୍ତୁ ଦେଖିବେ ଆଣଙ୍କ ପିଲା ବାହାର ଖାଦ୍ୟ ଅପେକ୍ଷା କିପରି ଘର ଖାଦ୍ୟ ଖାଇବାରେ ଆଗ୍ରହ ପ୍ରକାଶ କରୁଛି ।