ଓଡ଼ିଶା 365 (ବ୍ୟୁରୋ): ଗିଫ ପଲେ ଫୁଟୁଛି ନକଲି ସୂଚନା ଅଧିକାରୀ କର୍ମୀ କାହ୍ନୁ ପ୍ରଧାନର କଳା ସାମ୍ରାଜ୍ୟର ପେଡ଼ି। କାଜୁ ଜଙ୍ଗଲ ହାତେଇବାକୁ ୨୦୨୦ରେ ଦୁଇ ଜଣଙ୍କ ହତ୍ୟା କରିଥିଲା ଏହି 420 ଠକ । ଏନେଇ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ଅନେକ ମାମଲା ରହିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଲିଜରେ ନେଇ ୩ଟି ମଦ ଦୋକାନ ଚଳାଉଥିବା କଥା ବି ସାମ୍ନାକୁ ଆସିଛି । ଲୁଟ୍ ଟଂକାରେ ଥାଇଲାଣ୍ଡ ଯାଇ ମସାଜ୍ ନେଉଥିଲା ଅଭିଯୁକ୍ତ। ରିମାଣ୍ଡରେ ନେଇ ଧିରେ ଧିରେ କାହ୍ନୁର କଳା ସାମ୍ରାଜ୍ୟର ପର୍ଦ୍ଦାଫାସ କରୁଛି STF । କାହ୍ନୁର ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଥିବା ବି ଜଣାପଡ଼ିଛି।
ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ବି ଗତ ଶୁକ୍ରବାର ଗିରଫ କରାଯାଇଥିଲା ସବୁଠୁ ବଡ଼ କଥା ହେଉଛି ସରକାରୀ କର୍ମଚାରୀଂକୁ ଟାର୍ଗେଟ୍ କରୁଥିଲେ ଏହି ନକଲି ଆରଟିଆଇ କର୍ମୀ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ ପକାଇ ବୁଲୁଥିଲା କିଶୋର । ପୋଲିସର ସନ୍ଦେହ ହେବାକୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା । ତାଙ୍କ ଠାରୁ ଆଇ ଆଣ୍ଡ ପିଆର ର ନକଲି ଆଇକାର୍ଡ଼ ପାଇଥିଲା ପୋଲିସ।