ଓଡ଼ିଶା 365 (ବ୍ୟୁରୋ): ପୃଥିବୀରେ ଅନେକ ପ୍ରକାରର ଫୁଲ ଫଳ ଦେଖିବାକୁ ମିଳେ । ଆଖିକୁ ସୁନ୍ଦର, ପାଟିକୁ ମିଠ, ସ୍ୱାଦ ଭଳି ସୁଗନ୍ଧରେ ଭରା ଅନେକ ଫୁଲ ଓ ଫଳ ରହିଛି । ଆପଣ ସବୁବେଳେ ସୁସ୍ୱାଦୁ ଫଳ ଖାଇଥିବେ ହେଲେ କେବେ ଦୁର୍ଗନ୍ଧଯୁକ୍ତ ଫଳ ଖାଇଛନ୍ତି କି? ଯେଉଁଥିରୁ ପୋଚାନାଳ ସଦୃଶ୍ୟ ଦୁର୍ଗନ୍ଧ ବାହାରିଥାଏ । ଯାହାକୁ ଘରେ ରଖିବା ପାଇଁ ସ୍ୱତନ୍ତ୍ର ପାତ୍ରର ଆବଶ୍ୟକତା ପଡ଼ିଥାଏ ।
ହଁ ଦର୍ଶକବନ୍ଧୁ କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଇଣ୍ଡୋନେସିଆ ବଜାରରେ ବିକ୍ରି ହେଉଥିବା ଏହି ଫଳ ଯାହାର ନାଁ ଦ୍ୟୁରିଅନ୍ । ଏହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୫ଶହ ଡଲାର (୩୫.୭୩୦) ଟଙ୍କାରେ ଏହି ଫଳ ବିକ୍ରି ହୁଏ।
ଏହି ଫଳଟି ଦୁନିଆଁର ସବୁଠୁ ଦୁର୍ଗନ୍ଧ ଫଳ। ଏହାର ସ୍ବାଦ ପଚା ନାଳ କିମ୍ବା ପିନ୍ଧିଥିବା ମୋଜାର ବାସ୍ନା ସହିତ ସମାନ ହୋଇଥାଏ । ଏହି ଫଳ ଯେଉଁ ଷ୍ଟୋରରେ ବିକ୍ରି ହୁଏ ତାକୁ ଏକ ଅଲଗା ପାତ୍ରରେ କପଡାରେ ଗୁଡ଼ାଇ ରଖାଯାଏ।
ଦକ୍ଷିଣ ଏସିଆରେ ଏହି ଫଳକୁ ’ଫଳମାନଙ୍କ ରାଜା’ ବୋଲି କୁହାଯାଏ। ଏହି ଫଳ ଦେଖିବାକୁ କ୍ରିମା ଭଳି। ଏହି ଫଳ ଯେ-କ୍ୱିନ ବ୍ରାଣ୍ଡର । ତେଣୁ ଏହାକୁ ଲୋକମାନେ ଅଧିକ ପସନ୍ଦ କରୁଥିବାବେଳେ ଏହାର ଦାମ୍ ମଧ୍ୟ ସବୁଠୁ ମହଙ୍ଗା ହୋଇଥାଏ ।