ଓଡ଼ିଶା 365 (ବ୍ୟୁରୋ): ଅର୍ଥର ପ୍ରଲୋଭନ ଦେଖାଇ ଅନଲାଇନ୍ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ମାମଲାରେ ହୋଇଛି ଦଣ୍ଡାଦେଶ । ଏହାପରେ ତାହାକୁ ନିଜ ପର୍ଣ୍ଣ ୱେବସାଇଟ୍ରେ ଅପଲୋଡ଼ କରି ମାଲେମାଲ ହେଉଥିଲେ। ଦୀର୍ଘ ବର୍ଷ ହେଲା ଏପରି ଘୃଣ୍ୟ କାମ କରୁଥିବା ଲଣ୍ଡନର ଜଣେ ଶିକ୍ଷକଙ୍କୁ ବାନ୍ଧିଛି ପୁଲିସ୍ । ଏହି ମାମଲାରେ ତାଙ୍କୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏପରି ଶିକ୍ଷକ ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ମ୍ୟାଥିଉ ସ୍ମିଥ୍ ।
ପୂର୍ବରୁ ମଧ୍ୟ ବାରମ୍ବାର ଏହିପରି ଅଭିଯୋଗ ହୋଇଥିଲେ ସୁଧା ପ୍ରମାଣ ଅବହେଳାରୁ ସେ ଖସିଯାଇଥିଲେ । ଏବେ କିନ୍ତୁ ମ୍ୟାଥଉକୁ ଦଣ୍ଡାଦେଶ ହୋଇଛି ।
ଛୋଟ ଛୋଟ ଛୁଆଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ପର୍ଣ୍ଣ ଭିଡିଓ କରି ଏହାକୁ ୱେବସାଇଟ୍ରେ ଅପଲୋଡ କରୁଥିବା ମ୍ୟାଥିଉ ସ୍ମିଥ୍ଙ୍କୁ ଗତବର୍ଷ ନଭେମ୍ବରରେ ଲଣ୍ଡନର ନ୍ୟାସନାଲ କ୍ରାଇମ ଏଜେନ୍ସି ବାନ୍ଧିଥିଲା। ଏହାପରଠୁ ସେ ଜେଲ୍ରେ ଥିବା ବେଳେ ଏବେ ତାଙ୍କୁ ଦଣ୍ଡାଦେଶ ଶୁଣାଣି ହୋଇଛି।