ଓଡ଼ିଶା 365 (ବ୍ୟୁରୋ):ଋଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବାପରେ ଅସୁସ୍ଥ ହୋଇପଡ଼ିଛନ୍ତି ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା । ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା ୯୦ ବର୍ଷୀୟ ପଦାର୍ଥବିତ୍ ଓ ଜ୍ୟୋତିର୍ବିଜ୍ଞାନୀ ମିଖାଇଲ ମାରୋଭା ଶରୀର ଅସୁସ୍ଥ ହୋଇପଡ଼ିଛନ୍ତି । ୪୭ ବର୍ଷ ପରେ ଆରମ୍ଭ ହୋଇଥିବା ଚନ୍ଦ୍ର ଅଭିଯାନ ବିଫଳ ହେବା ଯୋଗୁଁ ଭାଙ୍ଗିପଡ଼ିଛନ୍ତି ଏହି ବୈଜ୍ଞାନିକ । ଚନ୍ଦ୍ର ମିସନର ମୁଖ୍ୟ ପରାମର୍ଶଦାତା ଏହି ବୈଜ୍ଞାନିକଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୭ ବର୍ଷ ପରେ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷ୍ ଏଥିରେ ସଫଳ ହେବ ଓ ସେ ତାହା ନିଜ ଆଖିରେ ଦେଖିବେ ବୋଲି ଆଶା କରିଥିଲେ ମାରୋଭ ।
ଲୁନା-୨୫ ବିଫଳତାର କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।